ତାମିଲନାଡୁର ଏକ ସରକାରୀ ଡାକ୍ତରଖାନା ଉପରେ ମହିଳାଙ୍କ ଅଭିଯୋଗ : ରକ୍ତ ନେବା ପରେ ଏଚ୍‌ଆଇଭି ସଂକ୍ରମଣର ଶିକାର ହେଲି

Advertisment
ତାମିଲନାଡୁର ଏକ ସରକାରୀ ଡାକ୍ତରଖାନା ଉପରେ ମହିଳାଙ୍କ ଅଭିଯୋଗ : ରକ୍ତ ନେବା ପରେ ଏଚ୍‌ଆଇଭି ସଂକ୍ରମଣର ଶିକାର ହେଲି

jansatta.com

ଚେନ୍ନାଇ : ଏବେ ତାମିଲନାଡୁର ଆଉ ଜଣେ ରୋଗୀ ରକ୍ତ ନେବା ପରେ ଏଚ୍‌ଆଇଭି ସଂକ୍ରମଣର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ଏ ନେଇ ତାମିଲନାଡୁରେ ଥିବା ସରକାରୀ ଡ଼ାକ୍ତରଖାନା କିଲପୌକ୍‌ ମେଡିକାଲ କଲେଜର ପ୍ରାଶାସନକୁ ଦାୟୀ କରିଛନ୍ତି ।

ମହିଳାଙ୍କ କହିବା ଅନୁଯାୟୀ, କିଲପୌକ୍‌ ମେଡିକାଲ କଲେଜରେ ରକ୍ତ ନେବାର କିଛି ମାସ ପରେ ମୁଁ ଏଚ୍‌ଆଇଭିର ଶିକାର ବୋଲି କହିବା ସହ ପରୀକ୍ଷା କରାଇବା ପାଇଁ ମୋତେ ଡ଼କାଇଥିଲେ ବୋଲି ମହିଳା ଅଭିଯୋଗ ଆଣିଥିବା ବେଳେ ଏହି ଅଭିଯୋଗକୁ ଡ଼ାକ୍ତରଖାନା ପକ୍ଷରୁ ଖଣ୍ଡନ କରାଯାଇଛି ।

publive-image jansatta.com

ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ତାମିଲନାଡୁର ସତ୍ତୁରରେ ରହୁଥିବା ଜଣେ ମହିଳା ଏଭଳି ସମାନ ଅଭିଯୋଗ ଆଣିଥିଲେ । ଯାହା ପରେ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ନୋଟିସ୍‌ ପଠାଇଥିଲେ । ପ୍ରଥମେ ଅଭିଯୋଗର ସମାଧାନ ହୋଇ ନ ଥିବା ବେଳେ ଏବେ ଦ୍ୱିତୀୟ ଅଭିଯୋଗ ସରକାରଙ୍କ ସମେତ ପୁୁଲିସକୁ ଚିନ୍ତାରେ ପକାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe