ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲୋକମାନଙ୍କୁ ‌ଯୋଗାଯୋଗ କରି ୯ଜଣଙ୍କୁ ହତ୍ୟା କଲେ ଯୁବକ

ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲୋକମାନଙ୍କୁ ‌ଯୋଗାଯୋଗ କରି ୯ଜଣଙ୍କୁ ହତ୍ୟା କଲେ ଯୁବକ

East Coast Daily English

ଟୋକିଓ: ଜାପାନରେ ଜଣେ ହତ୍ୟାକାରୀ ଯୁବକ ସୋସିଆଲ ମିଡିଆ ଜରିଆରେ ୯ ଜଣଙ୍କୁ ହତ୍ୟା କରିଛନ୍ତି। 'ଟୁଇଟର କିଲର' ନାମରେ ପରିଚିତ ହତ୍ୟାକାରୀ ଯୁବକଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଥିଲା। ଅନ୍ୟପକ୍ଷରେ ହତ୍ୟାକାରୀ ତକାହିରୋ ଶିରେଶିଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ହ୍ରାସ କରାଯାଉ। କାରଣ ସେ ଉକ୍ତ ୯ଜଣଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ ହତ୍ୟା କରିଛନ୍ତି।

ଓକିଲ କହିଛନ୍ତି ଯେ ଯୁବକ ହତ୍ୟା କରିଥିବା ୯ ଜଣ ବ୍ୟକ୍ତି ସୋସିଆଲ ମିଡିଆରେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲେଖିଥିଲେ। ଶିରେଶିଙ୍କ ଉପରେ ସମସ୍ତ ୯ ଜଣଙ୍କ ମୃତଦେହକୁ କାଟି ଫ୍ରିଜରେ ରଖିଥିବା ଅଭିଯୋଗ ହୋଇଛି।

publive-image

ତେବେ ଶୁଣାଣି ସମୟରେ ଶିରେଶି  ସ୍ୱୀକାର କରିଥିଲେ ଯେ ସେ ସମସ୍ତ ୯ ଜଣଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସତ। କେବଳ ଏତିକି ନୁହେଁ ଜାପାନ ଗଣମାଧ୍ୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ହୋଇଛି।

ଅଭିଯୋଗ ହୋଇଛି କି ଶିରେଶି ଟୁଇଟର ବ୍ୟବହାର କରି ସମସ୍ତ ପୀଡିତଙ୍କୁ ସମ୍ପର୍କ କରିଥିଲେ। ହତ୍ୟା ହୋଇଥିବା ସମସ୍ତଙ୍କର ବୟସ ୧୫ ରୁ ୨୬ ବର୍ଷ ମଧ୍ୟରେ ହେବ | ଏହି ଲୋକମାନେ ଅନଲାଇନରେ ଆତ୍ମହତ୍ୟା ବିଷୟରେ ପୋଷ୍ଟ କରିଥିଲେ | ଏହାପ‌ରେ ହତ୍ୟାକାରୀ ଯୁବକ ଏହି ଲୋକମାନଙ୍କୁ ସମ୍ପର୍କ କରି ସେମାନଙ୍କୁ କହିଥିଲେ ଯେ , ‘ମୁଁ ଆତ୍ମହତ୍ୟା ପାଇଁ ସାହାଯ୍ୟ କରିପାରିବି କିମ୍ବା ଆପଣଙ୍କ ସହ ଆତ୍ମହତ୍ୟା କରିପାରିବି।’

Japan's 'Twitter killer' allegedly killed 9 people with their consent – Taaza Khabar Online taazakhabaronline.com

ଯଦି ଶି‌‌ରେଶିଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଏ, ତେବେ ତାଙ୍କୁ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ। ତାଙ୍କୁ ଫାଶୀ ଦିଆଯିବ। କିନ୍ତୁ ଶିରେଶିଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ 'ସମ୍ମତି ସହ ହତ୍ୟା' ରେ ପରିବର୍ତ୍ତନ କରାଯିବା ଉଚିତ । ଜାପାନି ଆଇନ ଅନୁସାରେ ଏହି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୬ ମାସରୁ ୭ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe