ତିନିଜଣ ନାବାଳକଙ୍କ ଜୀବନ ଚାଲିଯାଇଥିବା ଫ୍ଲାଏଓଭରରେ ପୁଣି ଆରମ୍ଭ ହୋଇଛି ଷ୍ଟଣ୍ଟବାଜି

Advertisment

ଷ୍ଟଣ୍ଟ ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି,’ପୁଣି ଫ୍ଲାଏଓଭରରେ ଯୁବକମାନଙ୍କ ଷ୍ଟଣ୍ଟକୁ ଦେଖି ଲାଗୁଛି ଏମାନଙ୍କୁ ବି ଡାକୁଛି କି ମୃତ୍ୟୁ।’

ଷ୍ଟଣ୍ଟ ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି,’ପୁଣି ଫ୍ଲାଏଓଭରରେ ଯୁବକମାନଙ୍କ ଷ୍ଟଣ୍ଟକୁ ଦେଖି ଲାଗୁଛି ଏମାନଙ୍କୁ ବି ଡାକୁଛି କି ମୃତ୍ୟୁ।’

New Project (26)
ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦର ଆରମଗଡ଼ ଫ୍ଲାଏଓଭରରୁ ପୁଣିଥରେ ଏକ ଲୋମଟାଙ୍କୁରା ବିପଦପୂର୍ଣ୍ଣ ବାଇକ୍ ଷ୍ଟଣ୍ଟର ଭିଡିଓ ସାମ୍ନାକୁ ଆସିଛି। 
ସୂଚନାଯୋଗ୍ୟ, ଆରାମଗଡ଼ ଫ୍ଲାଏଓଭର ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ଏବଂ ଲମ୍ବା ଫ୍ଲାଏଓଭର। କିଛିଦିନ ହେବ ଏହି ଫ୍ଲାଏଓଭର ଷ୍ଟଣ୍ଟ ପାଇଁ ଯୁବପିଢ଼ିଙ୍କର ପ୍ରିୟ ସ୍ଥାନ ପାଲଟିଛି। ଏଠାରେ ଅନେକ ସମୟରେ ଯୁବପିଢ଼ିମାନେ ଷ୍ଟଣ୍ଟ କରୁଥିବାର ନଜର ଆସିଥାଆନ୍ତି।
କିଛି ଦିନ ପୂର୍ବରୁ ଏହି ଫ୍ଲାଏଓଭର ଉପରେ ଷ୍ଟଣ୍ଟ କରୁଥିବା ବେଳେ ତିନି ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିବା ବେଳେ ଅଗଷ୍ଟ ୬ ତାରିଖରେ କିଛି ଯୁବକ  ପୁଣି ଏପରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
 
ଯୁବକମାନଙ୍କ ଷ୍ଟଣ୍ଟ ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଷ୍ଟଣ୍ଟବାଜି ଦ୍ବାରା ଆଉ କେତେଜଣଙ୍କ ଜୀବନ ଗଲେ ବୁଦ୍ଧି ଆସିବ। ନିକଟରେ ଘଟିଥିବା ଏତେ ବଡ଼ ଅଘଟଣ ସତ୍ତ୍ବେ ପୁଣି ଉକ୍ତ ଫ୍ଲାଏଓଭରରେ ଯୁବକମାନଙ୍କ ଷ୍ଟଣ୍ଟକୁ ଦେଖି ଯେମିତି ଲାଗୁଛି ଏମାନଙ୍କୁ ବି ଡାକୁଛି କି ମୃତ୍ୟୁ।’
 
 

ହାଇଦ୍ରାବାଦ ଟ୍ରାଫିକ୍ ପୁଲିସ ଏହି ଭିଡିଓକୁ କେନ୍ଦ୍ର କରି ତଦନ୍ତ ଆରମ୍ଭ କରିଛି। ପୁଲିସ କହିଛି ଯେ ଯଦି ଗାଡିର ନମ୍ବର ପ୍ଲେଟ୍ କିମ୍ବା ଅନ୍ୟ କୌଣସି ପରିଚୟ ମିଳେ, ତେବେ ଷ୍ଟଣ୍ଟମ୍ୟାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଛି ଏବଂ ପ୍ରତ୍ୟେକ ଥର କାର୍ଯ୍ୟାନୁଷ୍ଠାନ ନିଆଯାଇଛି, କିନ୍ତୁ ଏହାପରେ ମଧ୍ୟ ଯୁବପିଢ଼ିମାନେ ଏପରି ଷ୍ଟଣ୍ଟବାଜିରୁ ନିଜକୁ ନିବୃତ୍ତ ରଖି ପାରୁନାହାଁନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe