ଅନଲାଇନ କ୍ଲାସ ଚାଲିଥିବା ବେଳେ ସ୍କୁଲ ହ୍ବାଟସ ଆପ ଗ୍ରୁପରେ ଅଭିଭାବକ ପଠାଇଲେ ଅଶ୍ଳୀଳ ଭିଡିଓ

ଅନଲାଇନ କ୍ଲାସ ଚାଲିଥିବା ବେଳେ ସ୍କୁଲ ହ୍ବାଟସ ଆପ ଗ୍ରୁପରେ ଅଭିଭାବକ ପଠାଇଲେ ଅଶ୍ଳୀଳ ଭିଡିଓ

aajtak.in

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ଶିଶୁଙ୍କ ଅନଲାଇନ କ୍ଲାସର ହ୍ବାଟସଆପ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଇବା ପରେ ଆଲୋଡନ ସୃଷ୍ଟି ହୋଇଛି। ପରେ ଏହି ଭିଡିଓ ଶିଶୁଟିର ଅଭିଭାବକ ଭୁଲରେ ପଠାଇ ଦେଇଥିବା ଜଣାପଡ଼ିଥିଲା। ଏହି ଘଟଣା ପୂର୍ବରୁ କେତେକ ସ୍କୁଲ‌ ହ୍ବାଟସ ଆପ ଗ୍ରୁପରେ ଏପରି ଘଟଣା ଘଟିଥିବା ଅଭିଯୋଗ ହେବାପରେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କ‌ର୍ପୋରେସନ ଏଭଳି ଅଭିଭାବକଙ୍କୁ ସାବଧାନ କରାଇ ଦେଇଛି। ଯଦି ଆଉ କେବେ ଏପରି ଭୁଲ କରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

WhatsApp ग्रुप में पैरेंट्स ने भेजा पोर्न

ଜାହାଙ୍ଗୀରପୁରୀର ଏକ ବିଦ୍ୟାଳୟର ପ୍ରିନ୍ସପାଲ ନିଜ ନାମ ଗୋପନ ରଖି କହିଛନ୍ତି, ଗତ ମାସରେ ୫ମ ଶ୍ରେଣୀ ହ୍ବାଟସଆପ ଗ୍ରୁପରୁ ଆମେ ଏକ ଆପତ୍ତିଜନକ ଭିଡିଓ କ୍ଲିପ ପାଇଥିଲୁ। ଏହି ଭିଡିଓ କ୍ଲିପକୁ ଛାତ୍ରଙ୍କ ପଞ୍ଜିକୃତ ନମ୍ବରରୁ ପଠା ଯାଇଥିବା ଜଣାପଡ଼ିଥିଲା। ଏହାପରେ ଆମେ ଉକ୍ତ ଛାତ୍ରଙ୍କ ମାତାପିତାଙ୍କୁ ଡାକି ଏହି ଭିଡିଓ ସମ୍ପର୍କରେ ପଚାରିଥିଲୁ। ସେ କିନ୍ତୁ ଏଭଳି କିଛି ଭିଡିଓ ପଠାଇ ନଥିଲେ ବୋଲି କହିଥିଲେ। ପରେ ଭୁଲରେ ପଠାଇ ଦେଇଥିବା କଥାକୁ ସ୍ବୀକାର କରିଥିଲେ।

ଆମର ଶିକ୍ଷକମାନେ ନିୟମିତ ଭାବରେ ଗ୍ରୁପକୁ ମେସେଜ ପଠାନ୍ତି। ଯାହା ଅନଲାଇନ କ୍ଲାସ ସହିତ ଜଡ଼ିତ କୌଣସି ପ୍ରଶ୍ନ ବ୍ୟତୀତ ମାତାପିତାଙ୍କୁ ଗ୍ରୁପରେ ଭାଗ ନନେବାକୁ ଅନୁରୋଧ କରାଯାଇଥାଏ ବୋଲି ବିଦ୍ୟାଳୟର ପ୍ରିନ୍ସପାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe