Times Now
ଅରିଜୋନା: ଆମେରିକାର ଅରିଜୋନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଭୁଲ୍ ବଶତଃ ନିଜ ପୁଅକୁ ଗୁଳି କରି ଦେଇଛନ୍ତି। ଗୁଳି ମାଡ଼ ଖାଇବା ପରେ ନାବାଳକ ପୀଡ଼ିତ ଜଣକ ଗୁରୁତର ଆହତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
ଶନିବାର ସଂଧ୍ୟା ୫ଟା ସମୟରେ ୨୪ ଷ୍ଟ୍ରିଟ୍ରେ ଥିବା ତାଙ୍କ ବାସଭବନରେ ଏପରି ଘଟିଥିବା ଜାଣିବାକୁ ମିଳିଛି। ରିପୋଟର୍ରୁ ଜାଣିବାକୁ ମିଳିଛି ଯେ ୪୧ ବର୍ଷୀୟା ମହିଳା ତୋନୟାଙ୍କୁ ତାଙ୍କ ଆପାର୍ଟମେଣ୍ଟ୍ର ମାଇକେଲ୍ ୱିଲ୍ସନ୍ ନାମକ ଜଣେ ବ୍ୟକ୍ତି ଆସି କେହି ଜଣେ ଆଗନ୍ତୁକ ସେମାନଙ୍କ ଆପାର୍ଟମେଣ୍ଟ୍ ପରିସରକୁ ପଶି ଆସିଥିବା ଖବର ଦେଇଥିଲେ। ତୋନୟା ହାତରେ ବନ୍ଧୁକ ଧରି ସେହି ଅଜଣା ବ୍ୟକ୍ତିଙ୍କ ନିକଟକୁ ଦୌଡ଼ି ଯିବା ସହ ଗୁଳି ଚାଳନା କରିଥିଲେ। ମାତ୍ର ମହିଳାଙ୍କ ଗୁଳି ତାଙ୍କ ପୁଅ ଦେହରେ ବାଜିବାରୁ ସେ ଆହତ ହୋଇଥିବା ଜାଣିବାକୁ ମିଳିଛି।
FOX 10 Phoenixତୋନୟାଙ୍କ ପୁଅର ବୟସ ମାତ୍ର ୧୩ ବର୍ଷ। ତାଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍କୁ ନିଆଯାଇଛି। ସେ ଏବେ ବିପଦମୁକ୍ତ ଅଛନ୍ତି।
Follow Us