ବନ୍ଧୁକ ଦେଖାଇ ଏଚଡିଏଫସି ବ୍ୟାଙ୍କରୁ ଲୁଟି ନେଲେ ୧.୧୯କୋଟି ଟଙ୍କା

Advertisment
ବନ୍ଧୁକ ଦେଖାଇ ଏଚଡିଏଫସି ବ୍ୟାଙ୍କରୁ ଲୁଟି ନେଲେ ୧.୧୯କୋଟି ଟଙ୍କା

indiatoday.in

ପାଟନା: ବ୍ୟାଙ୍କରେ କଳାକନା ବୁଲାଇଲେ ଦୁର୍ବୁତ୍ତ | ବନ୍ଧୁକ ଦେଖାଇ ଲୁଟିନେଲେ ୧.୧୯କୋଟି ଟଙ୍କା | ବିହାରର ହାଜିପୁରରେ ଥିବା ଏଚଡିଏଫସିର ଝାଦୁହା ଶାଖାରୁ ଦୁର୍ବୁତ୍ତମାନେ ଟଙ୍କା ଲୁଟ କରିଥିବା ଜଣାପଡିଛି | ଏନେଇ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି |

ଖବର ମୁତାବକ ଗୁରୁବାର ସକାଳେ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ବାସଭବନ ନିକଟରେ ଥିବା ଝାଦୁହାସ୍ଥିତ ଏଚଡିଏଫସି ବ୍ୟାଙ୍କର ଶାଖା ଖୋଲିବା ପରେ ୫ଜଣ ଦୁର୍ବୁତ୍ତ ଏଭଳି କାଣ୍ଡ କରିଥିଲେ। ପାଞ୍ଚଜଣ ଦୁର୍ବୁତ୍ତ ବାଇକରେ ଆସି ବ୍ୟାଙ୍କରେ ପ୍ରବେଶ କରିବା ସହ କର୍ମଚାରୀମାନଙ୍କୁ ଟଙ୍କା ଆଣିବାକୁ ଧମକ ଦେଇଥିଲେ | କର୍ମଚାରୀମାନେ ୧.୧୯ କୋଟି ଟଙ୍କା ଭର୍ତ୍ତି କରି ଆଣି ଦେବା ପରେ ଦୁର୍ବୁତ୍ତ ଟଙ୍କା ଧରି ସେଠାରୁ ଖସି ପଳାଇଥିଲେ । ଘଟଣା ପରେ ସୀମା ସିଲ କରିବା ସହ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି |

ଏହା ପୂବରୁ ଗତ ସପ୍ତାହରେ ମଧ୍ୟ ଦୁଇଜଣ ସଶସ୍ତ୍ର ବ୍ୟକ୍ତି ମୁଜାଫରନଗରରେ ୬୫,୦୦୦ ଟଙ୍କା ବ୍ୟାଙ୍କରୁ ଲୁଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe