India TV News
କାନପୁର: କାନପୁରରେ ଋଷୀୟ ମହିଳାଙ୍କ ସହ ଦୁଷ୍କର୍ମ କଲେ ସେନା ଅଧିକାରୀ। ଅଭିଯୁକ୍ତ ଅଧିକାରୀ ପୂର୍ବରୁ ମଧ୍ୟ ପୀଡ଼ିତାଙ୍କ ସହ ଅସଦାଚରଣ କରିଥିବା କହିଛି ପୁଲିସ। ତେବେ ଡିସେମ୍ବର ୧୦ରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବାରେ ସଫଳ ହୋଇଥିବା ବେଳେ ଏ ନେଇ ଏବେ ପୁଲିସ ଆଗରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଏହା ସହ ଧାରା ସିଆରପିସି ଧାରା ୧୬୧ଅନୁଯାୟୀ ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଜଣା ପଡ଼ିଛି।
କାନପୁର ଏଏସପି ନିଖିଲ ପାଠକଙ୍କ ମୁତାବକ, ପୀଡ଼ିତା ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କରିବା ପରେ ତାଙ୍କ ବୟାନ ରେକର୍ଡ କରାଯାଇ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି। ପୀଡ଼ିତା କର୍ଣ୍ଣେଲ ନିରଜ ଗେହଲଟଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୁଲିସ ଟିମ୍ ଲାଗି ପଡ଼ିଛନ୍ତି।
The Logical Indianମିଳିଥିବା ସୂଚନା ମୁତାବକ, ନିରଜ ପୀଡ଼ିତାଙ୍କୁ ଡିସେମ୍ବର ୧୦ରେ ରାତ୍ର ଭୋଜନ କରିବା ପାଇଁ ରହୁଥିବା କ୍ୟାଣ୍ଟନମେଣ୍ଟ ଅଞ୍ଚଳକୁ ଡାକିଥିଲେ। ଏହା ପରେ ଆଖ ପାଖରେ କେହି ନଥିବା ଦେଖି ତାଙ୍କ ସହ ଦୁଷ୍କର୍ମ କରିଥିବା ଜଣା ପଡ଼ିଛି। ଘଟଣା ପରଠାରୁ ଅଭିଯୁକ୍ତର ଫୋନ ବନ୍ଦ ଥିବା କହିଛି ପୁଲିସ।
Follow Us