ବାଇକ୍‌ ଲୁଟେରା ଗିରଫ

ବାଇକ୍‌ ଲୁଟେରା ଗିରଫ

Photo by : .intoday.in

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ବ୍ରିଟ୍‌ କଲୋନିରୁ ବାଇକ୍‌ ଚୋରି କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ବାଲିପାଟଣା ଥାନା ଅଦଲାବାଦ ଗ୍ରାମର କାବୁଲି ମଲିକ (୨୪)। ଗତ ମାସ ୨୩ ତାରିଖରେ ବଡ଼ଗଡ଼ ବ୍ରିଟ୍‌ କେଲାନିର ଗଦାଧର ସାହୁଙ୍କ ଘର ସମ୍ମୁଖରୁ ଏକ ବାଇକ୍‌ ଚୋରି ହୋଇ ଯାଇଥିଲା। ଶୁକ୍ରବାର ପୁଲିସ ରୋଡ଼ ବ୍ଲକିଂ କରୁଥିବା ବେଳେ ଚୋରା ଗାଡ଼ି ନେଇ ଯାଉଥିବା କାବୁଲି ଧରା ପଡ଼ି ଯାଇଥିଲା। ପୁଲିସ ତାକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe