୪ ବର୍ଷ ପରେ ହତ୍ୟାକାରୀ ଗିରଫ

Advertisment
୪ ବର୍ଷ ପରେ ହତ୍ୟାକାରୀ ଗିରଫ

ଭୁବନେଶ୍ୱର,: ସାଲିଆସାହି ତାରିଣୀନଗର ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା ଘଟଣାର ୪ବର୍ଷ ପରେ ନୂଆପଲ୍ଲୀ ଥାନା ପୁଲିସ ହତ୍ୟାକାରୀକୁ ଗିରଫ କରିଛି। ସେ ହେଲା ସାଲିଆସାହି ଲକ୍ଷ୍ମୀନଗର ଅଞ୍ଚଳର ରିଙ୍କୁ ସ୍ୱାଇଁ। ରିଙ୍କୁ ଜଣେ ଅଭ୍ୟାସଗତ ଅପରାଧୀ। କୌଣସି ଏକ ମାମଲାରେ ଗତ ୨୦୧୪ରେ ରିଙ୍କୁ ଜେଲ୍‌ ଯାଇଥିଲା। ଏହି ସମୟରେ ରିଙ୍କୁର ପତ୍ନୀ ସହ ତାରିଣୀନଗର ଅଞ୍ଚଳର ରାଜା ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରିଙ୍କୁ ଜେଲ୍‌ରେ ଥିବା ସୁଯୋଗ ପାଇ ରାଜା ରିଙ୍କୁର ପତ୍ନୀଙ୍କ ସହ ସମ୍ପର୍କ ରଖିଥିଲା। ତେବେ ରିଙ୍କୁ ଜେଲ୍‌ରୁ ଫେରି ଏ ସଂପର୍କରେ ଜାଣିବାକୁ ପାଇଥିଲା। ଆଉ ରାଜାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ପ୍ରତିଶୋଧ ପରାୟଣ ହୋଇ ରିଙ୍କୁ ଶେଷରେ ରାଜାକୁ ଗୁଳିକରି ହତ୍ୟା କରିଥିଲା। ତେବେ ହତ୍ୟାକାଣ୍ଡ ଘଟାଇବା ପରେ ରିଙ୍କୁ ଫେରାର୍‌ ହୋଇଯାଇଥିଲା। ପୁଲିସ ତାକୁ ଗିରଫ ପାଇଁ ତନାଘନା ଜାରି ରଖିଥିଲା। ତେବେ କାଲି ରିଙ୍କୁ ଲକ୍ଷ୍ମୀନଗର ଘରେ ଥିବା ଖବର ପାଇ ପୁଲିସର ଏକ ଟିମ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe