ତପୋବନ ବସ୍ତି ଶିବ ହତ୍ୟା ମାମଲା

Advertisment

ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ଅପୁ, ୧୦ ସହଯୋଗୀ ଫେରାର୍

ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ଅପୁ, ୧୦ ସହଯୋଗୀ ଫେରାର୍

ତପୋବନ ବସ୍ତି ଶିବ ହତ୍ୟା ମାମଲା

NDTV.com

ଖଣ୍ଡଗିରି: ତପୋବନ ବସ୍ତି ଶିବଶଙ୍କର ଗୌଡ଼ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଅପୁକୁ ଧରିବାରେ ସଫଳ ହୋଇଛି ଖଣ୍ଡଗିରି ଥାନା ପୁଲିସ। ଅଭିଯୁକ୍ତ ଅପୁ ସହ ପୁଲିସ ଆଉ ଜଣଙ୍କୁ ମଧ୍ୟ ଅଟକ ରଖିଛି। ଅଭିଯୁକ୍ତଦ୍ବୟ ସ୍ଥାନୀୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସଂଲଗ୍ନ ଦଳିତ ସାହିର ବୋଲି ସୂଚନା ମିଳିଛି। ତେବେ ଅଧିକ ତଦନ୍ତ ଜାରି ରହିଥିବାରୁ ଓ ଅନ୍ୟ ଅଭିଯୁକ୍ତମାନେ ଧରା ପଡ଼ିନଥିବାରୁ ପୁଲିସ ଏହି ଗିରଫଦାରୀ ବାବଦରେ ମୁହଁ ଖୋଲୁନାହିଁ। ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରେମ ବ୍ୟାପାରକୁ ନେଇ ଏହା ଘଟିଛି ବୋଲି ଜଣାପଡ଼ିଛି। ସାହିର ଜଣେ ଯୁବତୀଙ୍କ ଶିବର ପ୍ରେମ ସମ୍ପର୍କକୁ ବିରୋଧ କରୁକରୁ ଅତର୍କିତ ଭାବେ ଏହି ହତ୍ୟାକାଣ୍ଡ ଘଟି ଯାଇଥିବା ଆଲୋଚନା ହେଉଛି। ଏହି ମାମଲାରେ ଆଉ ପ୍ରାୟ ୧୦ ଜଣଙ୍କ ସମ୍ପୃକ୍ତି ରହିଛି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ କରୁଛି ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିବା ଏହି ହତ୍ୟାକାଣ୍ଡର ପର୍ଦାଫାସ କରିବା ଖଣ୍ଡଗିରି ଥାନା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କିନ୍ତୁ ମୃତ ଶିବର ମୋବାଇଲ୍‌ ଫୋନ୍‌କୁ ଆଧାର କରି ପୁଲିସ ହତ୍ୟାକାରୀମାନଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲା। ଏଥିସହ ଅଭିଯୁକ୍ତମାନଙ୍କ ଆକ୍ରମଣରେ ମୃତ ଶିବର ସହଯୋଗୀ ଗୁରୁତର ଲିଙ୍ଗା ରେଡ୍ଡୀର ସୂଚନା ମଧ୍ୟ ପୁଲିସକୁ ବେଶ୍ ସହାୟକ ହୋଇଥିଲା। ତେଣୁ ପୁଲିସ ପ୍ରଥମରୁ ହିଁ ବରମୁଣ୍ଡାର ଉକ୍ତ ଦଳିତ ସାହି ଉପରେ ନଜର ରଖିଥିଲା ଓ ଭୋର୍ ସମୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଉଠାଇଥିଲା।

ସାହି ଯୁବତୀଙ୍କୁ ପ୍ରେମ କରୁଥିଲା ଶିବ!
ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନେ ଗଣ୍ଡଗୋଳ କରିଥିବା ସ୍ବୀକାର କରିଥିଲେ। କିନ୍ତୁ ହତ୍ୟା କରିବା ସେମାନଙ୍କ ଉଦ୍ଦେଶ୍ୟ ନଥିଲା ବୋଲି ସେମାନେ କହିଥିଲେ। ମାଡ଼ ମାରି ଶିବକୁ ଦବାଇ ଦେବାକୁ ସେମାନେ ଆକ୍ରମଣ କରିଥିଲେ ଓ ଅତର୍କିତ ଭାବେ ପେଟରେ ଛୁରି ଭୁସି ହୋଇଗଲା ବୋଲି ଜଣେ ସଫେଇ ଦେଇଥିବା ଜଣାପଡ଼ିଛି। ତାଙ୍କ ସାହିର ଜଣେ ଯୁବତୀଙ୍କ ଭଲ ପାଉଥିବା ଶିବ ସବୁବେଳେ ସାହିରେ ଯାଇ ଆଡ଼ା‌ ମାରୁଥିବାରୁ ରାଗରେ ସେମାନେ ତା’ ଉପରେ ଆକ୍ରମଣ କରିଥିଲେ ବୋଲି ପୁଲିସକୁ କହିଥିବା ଜଣାପଡ଼ିଛି। ପୂର୍ବରୁ ଏ ନେଇ ତାକୁ ତାଗିଦ୍ କରାଯାଇଥିଲେ ବି ଶିବ ମଧ୍ୟ ପୂର୍ବରୁ ସେମାନଙ୍କୁ ପାଲଟା ଆକ୍ରମଣ କରିଥିଲା ବୋଲି ଅଭିଯୁକ୍ତ ଅପୁ କହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଶନିବାର ସନ୍ଧ୍ୟାରେ ବରମୁଣ୍ଡା ଓଭରବ୍ରିଜ୍ ତଳ ସର୍ଭିସ୍ ରୋଡ୍‌ରେ ବରମୁଣ୍ଡା ପୋଖରୀ ନିକଟରେ ଶିବ ଓ ତାର ସହଯୋଗୀ ଲିଙ୍ଗା ରେଡ୍ଡୀକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେଠାରେ ପୂର୍ବରୁ ଛକି ରହିଥିବା ପ୍ରାୟ ୧୦/୧୨ଜଣ ଯୁବକ ଅତର୍କିତ ଭାବେ ଶିବ ଓ ଲିଙ୍ଗା ଉପରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଲିଙ୍ଗାକୁ ମାଡ଼ ମାରି ରାସ୍ତା ତଳକୁ ଗଡ଼ାଇ ଦେଇଥିବାବେଳେ ଶିବକୁ ଲୁହା ରଡ୍‌ରେ ପିଟିବା ସହ ତା ପେଟରେ ଏକ ଧାରୁଆ ଅସ୍ତ୍ର ଭୁଶି ଦେଇଥିଲେ। ଘଟଣାସ୍ଥଳରେ ଶିବର ପ୍ରାଣବାୟୁ ଉଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe