ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଏକ ମୋବାଇଲ୍ ଲୁଟେରା ଗ୍ୟାଙ୍ଗ୍କୁ ଠାବ କରିଛି। ଗ୍ୟାଙ୍ଗ୍ର ମୁଖ୍ୟ ପ୍ରକାଶ କୁମାର ସ୍ୱାଇଁ (୩୨) ଧରାପଡ଼ିବା ପରେ ଆଜି ତା’ଠାରୁ ୪୨ଟି ମୋବାଇଲ୍ ଜବତ ହୋଇଛି। ଲୁଟେରାଜଣଙ୍କ କିଛି ଦିନ ପୂର୍ବେ ଓମ୍ଫେଡ୍ ଛକ ନିକଟରେ ତିନିଜଣ ଛାତ୍ରଙ୍କୁ ଅଟକାଇ ଏକ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ୩ଟି ଦାମୀ ମୋବାଇଲ୍ ଲୁଟି ନେଇଥିଲା। ଏନେଇ ଛାତ୍ରମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ଆଇଏମ୍ଇଆଇ ନମ୍ବର ଟ୍ରାକ୍ କର ପ୍ରକାଶର ଗତିିବିଧି ଉପରେ ନଜର ରଖିଥିଲା। ସେ ପିପିଲି ଟୋଲ୍ ଗେଟ୍ ନିକଟରେ ରହୁଥିବା ଜାଣିପାରି ପୁଲିସ ସେଠାରେ ଚଢ଼ଉ କରି ପ୍ରକାଶକୁ ଗିରଫ କରିଥିଲା। ପ୍ରକାଶ ତା’ର କିଛି ସହଯୋଗୀଙ୍କ ସହ ମିଶି ପୁରୀ-ଭୁବନେଶ୍ୱର ରାସ୍ତା ଓ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍ପାଟ୍ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା। ପ୍ରକାଶର ବିଭିନ୍ନ ଠିକଣାରୁ ପୁଲିସ ୪୨ଟି ଦାମି ସ୍ମାର୍ଟ ମୋବାଇଲ୍ ଜବ କରିଛି। ଆଜି ପ୍ରକାଶକୁ କୋର୍ଟ ଚାଲଣ କରାଯାଇଛି। ଆବଶ୍ୟକ ପଡ଼ିଲେ ତା’କୁ ରିମାଣ୍ଡରେ ଆଣି ତା’ ଗ୍ୟାଙ୍ଗ୍ ବିଷୟରେ ଅଧିକ ତଥ୍ୟ ଆଦାୟ କରିବ।
ମୋବାଇଲ୍ ଲୁଟେରା ଗ୍ୟାଙ୍ଗ୍ ଠାବ
Advertisment
Follow Us