ନିଜ ପରିସ୍ରାରେ ଅଟାଦଳି ଖାଇବାକୁ ଦେଉଥିଲା ଗୃହସହାୟିକା

Advertisment

ରୋଷେଇ ପାଇଁ ଘରେ ଥିବା ଗୃହସହାୟିକା ନିଜ ପରିସ୍ରାରେ ଅଟା ଦଳି ଦେଉଥିଲା ପରିବାର ସଦସ୍ୟଙ୍କୁ ଖାଇବାକୁ । ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଗୃହସହାୟିକାକୁ ଗିରଫ କରି କରୁଛି ତଦନ୍ତ।

Updated On

ରୋଷେଇ ପାଇଁ ଘରେ ଥିବା ଗୃହସହାୟିକା ନିଜ ପରିସ୍ରାରେ ଅଟା ଦଳି ଦେଉଥିଲା ପରିବାର ସଦସ୍ୟଙ୍କୁ ଖାଇବାକୁ । ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଗୃହସହାୟିକାକୁ ଗିରଫ କରି କରୁଛି ତଦନ୍ତ।

ଅଦ୍ୟତନ ହୋଇଛି
ୗରୀ


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ରୋଷେଇ ପାଇଁ ଥିବା ଗୃହ ସହାୟିକା ନିଜ ପରିସ୍ରାରେ ଅଟାଦଳୁଥିବାର ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। 

ଏହି ଘଟଣା ସେତେବେଳେ ଯାଇ ସାମ୍ନାକୁ ଆସିଥିଲା ଯେତେବେଳେ ପରିବାରର ପ୍ରତ୍ୟେକ ସଦସ୍ୟ କ୍ରମାଗତ ଭାବେ ଅସୁସ୍ଥ ହେବାକୁ ଲାଗିଲେ। ଡାକ୍ତରଙ୍କୁ ଚିକିତ୍ସା କରାଇ ଔଷଧ ଖାଇବାର ପରେ ସମସ୍ତେ ସୁସ୍ଥ ହୋଇ ଯାଆନ୍ତି କିଛିଦିନ ପରେ ପୁଣି ସମାନ ସମସ୍ୟା ଦେଖା ଦେଇଥାଏ। ସନ୍ଦେହ ହେବାରୁ ଘର ମାଲିକ ରୋଷେଇ ଘରେ ଏକ ମୋବାଇଲ ଫୋନର କ୍ୟାମେରା ଅନ କରି ଲୁଚାଇ ରଖିଥିଲେ। କାରଣ ଏ ସ୍ଥାନରେ ଯଦି ସିସି କ୍ୟାମେରା ଲଗାଇ ଥାଆନ୍ତେ ତେବେ ଗୃହସହାୟିକା ସତର୍କ ହୋଇଯାଇଥାଆନ୍ତା।

ଭିଡିଓରେ ଗୃହସହାୟିକାଚ ରିନା ପରିସ୍ରା କରିଥିବା ପାତ୍ରାରେ ଆଟା ଆଣି ଚକୁଟୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ପରିବାରଲୋକ  ସ୍ତବ୍ଧ ହୋଇଯାଇଥିଲେ। କ’ଣ କରିବେ କିଛି ବୁଝି ପାରି ନଥିଲେ। ରିନା କେତେଦିନ ଧରି ଏମିତି ଅପରିସ୍କାର ଖାଦ୍ୟ ପ୍ରସ୍ତୁତ କରି ଦେଇଥିବ ସେ କଥା ଚିନ୍ତା କରି ପରିବାରଲୋକ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। 

ସମୟ ବିଳମ୍ବ ନକରି ସଙ୍ଗେସଙ୍ଗେ ପରିବାରଲୋକ ଥାନାରେ ରିନା ବିରୋଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ରିନାକୁ ଗିରଫ କରି ପଚରାଉଚରା କରୁଛି। ଏହି ଘଟଣା ଯେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇଛି ତାହା ନୁହେଁ ଥିବା ସମାଜରେ ଥିବା ଗୃହସହାୟିକାଙ୍କୁ ବଡ଼ ପ୍ରଶ୍ନବା ଚୀ ସୃଷ୍ଟି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe