ଜମି ସୀମା ନିର୍ଦ୍ଧାରଣ ପାଇଁ ୭୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଏଏସଆଇ, ଧରିଲା ଭିଜିଲାନ୍‌ସ

Advertisment
ପଞ୍ଝା ମେଲାଇଲା ଭିଜିଲାନ୍ସ : ନୋଟିସ୍‌ ପାଇଥିବା ଅଧିକାରୀଙ୍କୁ ଆଜିଠୁ ପଚରାଉଚରା

ଜୟପୁର: ଭିଜିଲାନ୍‌ସ ଜାଲରେ କୋଟପାଡ଼ ଥାନାର ଏଏସଆଇ ଶରତ ଚନ୍ଦ୍ର ସାହୁ। ଜମି ସୀମା ନିର୍ଦ୍ଧାରଣ ପାଇଁ ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିବା ସହ ଟଙ୍କା ଜବତ ହୋଇଛି। ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟା ୭ଟା ୫୦ ବେଳେ ସେ ପ୍ରଶାନ୍ତ କୁମାର ବିଶ୍ୱାଳଙ୍କୁ ଥାନା ପରିସରରେ ଲାଞ୍ଚ ମଗୁଥିଲେ। ଅଭିଯୋଗକାରୀ ଏନେଇ ଜୟପୁର ଦୁର୍ନୀତି ନିବାରଣ ବିଭାଗକୁ ସୂଚନା ଦେଇଥିଲେ। ଏହା ପରେ ଲାଞ୍ଚୁଆ ଏଏସଆଇଙ୍କୁ ପାନେ ଦେବା ପାଇଁ ଭିଜିଲାନ୍‌ସ ବିଭାଗ ଯୋଜନା ପ୍ରସ୍ତୁତ କରିଥିଲା। ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ବିଭାଗର ଅଧିକାରୀମାନେ ମାଡ଼ିବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe