ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟ୍‌ କରି ଇଣ୍ଟର୍‌ନେଟ୍‌ରେ ଅପ୍‌ଲୋଡ୍‌ କରିବା ଅଭିଯୋଗରେ ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ ଗିରଫ

Advertisment
ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟ୍‌ କରି ଇଣ୍ଟର୍‌ନେଟ୍‌ରେ ଅପ୍‌ଲୋଡ୍‌ କରିବା ଅଭିଯୋଗରେ ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ ଗିରଫ

ଗୌହ୍ବାଟୀ: ଜଣେ ମହିଳାଙ୍କର ଅଶ୍ଳୀଳ ଭିଡିଓ ବନାଇ ତାହାକୁ ଇଣ୍ଟର୍‌ନେଟ୍‌ରେ ପୋଷ୍ଟ୍‌ କରିଥିବା ଅଭିଯୋଗରେ ଆସାମର ଡିବ୍ରୁଗଡ଼ ବିଶ୍ବବିଦ୍ୟାଳ‌ୟର ଜଣେ ଆସିଷ୍ଟାଣ୍ଟ୍‌ ପ୍ରଫେସରଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ଏହି ସୂୂଚନା ଦେବା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି।

publive-image aajtak.intoday.in

ଡିବ୍ରୁଗଡ଼ର ଜିଲ୍ଲା ପୁଲିସ୍‌ ଅଧୀକ୍ଷକ ଶ୍ରୀଜିତ୍‌ ପିଟିଆଇରେ ନିଜର ବୟାନ ଦେଇ କହିଛନ୍ତି, ‘ବିଶ୍ବବିଦ୍ୟାଳୟର ଗଣିତର ଆସିଷ୍ଟାଣ୍ଟ୍‌ ପ୍ରଫେସରର୍‌ଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ରୁଜୁୁ କରାଯାଇଥିବା ଏକ ମାମଲା ଆଧାରରେ ଗିରଫ କରାଯାଇଛି। ଅଭିଯୋଗରେ କୁହାଯାଇଛି କି ପ୍ରଫେସର୍‌ ଜଣକ ମହିଳାଙ୍କ ଭିଡିଓ ସୁଟ୍‌ କରି ତାହାକୁ ଏକ ପର୍ଣ୍ଣ ସାଇଟ୍‌ରେ ଅପ୍‌‌ଲୋଡ୍‌ କରିଛନ୍ତି।’

publive-image
Hindustan

ଭିଡିଓରେ ପ୍ରଫେସର୍‌ ଜଣକ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନଜର ଆସିଥିବାର ଦେଖିବାକୁ ମିଳିଛନ୍ତି। ଗୁରୁବାର ଦିନ ପୁଲିସ୍‌ ‌ପ୍ରଫେସର୍‌ଙ୍କ ଘରକୁ ଯାଇ ତାଙ୍କ ଲାପ୍‌ଟପ୍‌କୁ ଜବତ କରି ଦେଇଥିଲା। ତା’ପରେ ପୁଲିସ୍‌ ତାଙ୍କୁ ଜେରା କରିବାରୁ ସେ ନିଜ ଭୁଲ୍‌ ସ୍ବୀକାର କରିିଛନ୍ତି।

ଏହି ଭିଡିଓଟିକୁ ପ୍ରଫେସର୍‌ ଜଣକ ୩୩ ବର୍ଷ ତଳେ ଗୌହ୍ବାଟୀ‌ରେ ଜଣେ ମହିଳାଙ୍କ ସହ ସୁଟ୍‌ କରିଥିଲେ ବୋଲି ଜାଣିବାକୁ ମିଳିଛି। ତେବେ, ଏହି ଭିଡିଓ ରେକର୍ଡିଂ ପାଇଁ ବ୍ୟବହାର କରାଯାଉଥିବା କ୍ୟାମେରାକୁ ମଧ୍ୟ ଜବତ କରାଯାଇଛି।

ଏସିପିଙ୍କ କହିବା ମୁତାବକ, ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ କହିଛନ୍ତି କି ଭିଡିଓରେ ଦୃଶ୍ୟମାନ ହେଉଥିବା ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ନୁହଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe