କ୍ବାରେଣ୍ଟାଇନ୍‌ ସୁବିଧାକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ବିଧାୟକ

Advertisment
କ୍ବାରେଣ୍ଟାଇନ୍‌ ସୁବିଧାକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ବିଧାୟକ

indiatoday

ଗୌହ୍ବାଟୀ: କରୋନା ଭାଇରସ୍‌ ପାଇଁ ଥିବା କ୍ବାରାଣ୍ଟାଇନ୍‌ ସୁବିଧାକୁ ନେଇ ଆପତ୍ତିଜନକ ବୟାନ ଦେଇ ଆସାମର ଜଣେ ବିଧାୟକ ପୁଲିସ୍‌ ହାତରେ ଗିରଫ ହୋଇଛନ୍ତି। ସେ ଏହାକୁ ଡିଟେନ୍‌ସନ କ୍ୟାମ୍ପ୍‌ ବା ଅଟକ ଶିବିରଠାରୁ ବି ଖରାପ ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ପୁଲିସ୍‌ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌(ଏଆଇୟୁଡିଏଫ୍)ର ବିଧାୟକ ଅମିନ୍‌-ଅଲ୍‌-ଇସ୍‌ଲାମଙ୍କୁ ଆସାମର ନଗାଓଁ ଜିଲ୍ଲାରେ ଆଜି ସକାଳୁ ଗିରଫ କରିଛି।

ବିଧାୟକଙ୍କ ବିରୋଧରେ ନାଗାଓଁ ସଦର ପୁଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜ୍ଜୁ ‌ହୋଇଛି। ଜାଣିବାକୁ ମିଳିଛି ଯେ ବିଧାୟକ ଜଣେ ବ୍ୟକ୍ତିଙ୍କ ସହ ଟେଲିଫୋନ୍‌ରେ କଥା ହେଉଥିବା ବେଳର ଏକ ଅଡିଓ କ୍ଲିପ୍‌ ଇଣ୍ଟ୍‌ରନେଟ୍‌ରେ ଭାଇରାଲ୍‌ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ନଗାଓଁ ଡିଷ୍ଟ୍ରିକ୍ଟ ସୁପରିଟେଣ୍ଡେଣ୍ଟ୍‌ ଅଫ୍‌ ପୁଲିସ୍‌(ଏସ୍‌ପି) ଗୌରଭ ଅଭିଜିତ ଦୀଲିପ କହିଛନ୍ତି, ‘ପଚରାଉଚରା ସମୟରେ ବିଧାୟକ ନିଜର ଦୋଷ ସ୍ବୀକାର କରିଛନ୍ତି। ସେ ଟେଲିଫୋନ୍‌ରେ ଆପତ୍ତିଜନକ କଥାବାର୍ତ୍ତା କରିବା ସହ ତାହାକୁ ସେ ଅନେକ ଲୋକଙ୍କୁ ପଠାଇଥିବା କଥା ନିଜ ମୁହଁରେ ମାନିଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe