ପତ୍ନୀଙ୍କର ତଣ୍ଟି ଚିପି ହତ୍ୟା କରି ଫେରାର୍‌ଥିବା ସ୍ୱାମୀ ଅବଶେଷରେ ପୁଲିସ୍‌ ହାତରେ ଧରାପଡ଼ିଲା

Advertisment
ପତ୍ନୀଙ୍କର ତଣ୍ଟି ଚିପି ହତ୍ୟା କରି ଫେରାର୍‌ଥିବା ସ୍ୱାମୀ ଅବଶେଷରେ ପୁଲିସ୍‌ ହାତରେ ଧରାପଡ଼ିଲା

ନୂଆଦିଲ୍ଲୀ: ଜଣେ ଲୋକ ନିଜ ପତ୍ନୀଙ୍କର ତଣ୍ଟି ଚିପି ହତ୍ୟା କରିଥିଲା। ସେ ପତ୍ନୀଙ୍କର ମୃତ ଦେହକୁ ଲାଜପତ ନଗରସ୍ଥିତ ଏଚପିଏଲ୍‌ କଂପାନି ପଛେ ଫିଙ୍ଗି ଦେଇ ଫେରାର୍‌ ହୋଇଯାଇଥିଲା। ଗତ ମାସରେ ପୁଲିସ ଶବର ପୋଷ୍ଟମର୍ଟମ କରିଥିଲା। ଶୁକ୍ରବାର ଦିନ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏସପି ଘନଶ୍ୟାମ ବଂଶଲଙ୍କ ଅନୁଯାୟୀ ଗତ ଜାନୁଆରି ୨୧ ତାରିଖ ସକାଳେ ମହିଳାଙ୍କର ଶବ ମିଳିଥିଲା। କିନ୍ତୁ ତାଙ୍କୁ କେହି ଚିହ୍ନଟ କରି ପାରି ନଥିଲେ। ଜାନୁଆରି ୩୦ ତାରିଖରେ ଉକ୍ତ ମହିଳାଙ୍କର ଅନ୍ତ୍ୟେଷ୍ଟି ସଂପନ୍ନ ହୋଇଥିଲା। ପୁଲିସ ପାଖକୁ ଫେବୃଆରି ୨ ତାରିଖରେ ଜଣେ ୧୫ ବର୍ଷର ନାବାଳକ ଅଜୟ ନିଜ ମାଆ ନିରୁଦ୍ଦିଷ୍ଟ ଥିବାର ଅଭିଯୋଗ କରିଥିଲେ। ସେ ଦେଖାଇଥିବା ଫଟୋରୁ ସ୍ପଷ୍ଟ ହୋଇଥିଲା ଯେ ମିଳିଥିବାର ଶବ ହେଉଛି ଅଜୟର ମାଆ ଗୀତା ଦେବୀଙ୍କର। ଅଜୟର ବାପା ମଧ୍ୟ କିଛି ଦିନ ହେବ ନିରୁଦ୍ଦିଷ୍ଟ ଅଛନ୍ତି ବୋଲି କହିଥିଲା।

ତା’ପରେ ପୁଲିସ ଅଭିଯୁକ୍ତ ସଂଜୟ କୁମାର (୪୦)କୁ ଖୋଜିବାରେ ଲାଗିଥିଲା। ତା’କୁ ଦିଲ୍ଲୀରୁ ଗିରଫ କରିଲା ପୁଲିସ ସଂଜୟର କହିବା ଅନୁଯାୟୀ ପତ୍ନୀ ଗୀତାର ଅନ୍ୟ କାହା ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ମଫଲର ଗୁଡାଇ ତଣ୍ଟି ଚିପି ହତ୍ୟା କରିଥିଲା ଓ ଅଲିଗଡ଼ ଚାଲିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe