ରମାଦେବୀ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂପାଦିକାଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment
ରମାଦେବୀ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂପାଦିକାଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଚନ୍ଦ୍ରଶେଖରପୁର : ରମାଦେବୀ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂପାଦିକା କବିତା ଭୂତିଆଙ୍କୁ ସୋମବାର ରାତି ପ୍ରାୟ ୮ଟା ବେଳେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। କିଛି ଦୃର୍ବୃତ୍ତ ଘରେ ପଶି ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ଗାଡ଼କଣ ଗ୍ରାମ ବେହେରାସାହିର ବୋଲି ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ରାଜନୈତିକ ଗଣ୍ଡଗୋଳକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଛି ବୋଲି ଅନୁମାନ କରାଯାଉଛି। ଆକ୍ରମଣ ସମୟରେ କବିତାଙ୍କ ବାପା ଓ ଭାଇ ମଧ୍ୟ ଭୁଜାଲି ଚୋଟର ଶିକାର ହୋଇଛନ୍ତି। ଏ ସଂପର୍କରେ କବିତା ଡିଜି ଓ କମିସନର୍‌ଙ୍କୁ ଜଣାଇଛନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାକୁ ଛାତ୍ରୀମାନେ ଅବରୋଧ କରିବେ ବୋଲି ସୂଚନା ମଳିଛି। କବିତା, ତାଙ୍କ ବାପା ଓ ଭାଇ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe