ବୃଦ୍ଧଙ୍କୁ ଆକ୍ରମଣ, ଯୁବକ ଗିରଫ

Advertisment
ବାଇକ୍‌ ଲୁଟେରା ଗିରଫ

Photo by : .intoday.in

ଭୁବନେଶ୍ୱର: ଜଣେ ବୃଦ୍ଧଙ୍କୁ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଯୁବକକୁ ଗିରଫ କରିଛି। ସେ ହେଲା ୟୁନିଟ୍‌-୩ ଅଞ୍ଚଳ ଲେପର୍ସି କଲୋନିର ଶୁସାନ୍ତ ମହାରଣା (୧୯)।
ପୁଲିସ ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ସେହିଅଞ୍ଚଳର ଘନ ମହନ୍ତଙ୍କ କୁକୁର ଶୁସାନ୍ତଙ୍କ ଘରକୁ ପାଇ କିଛି ଖାଦ୍ୟ ଖାଇଦେଇଥିଲା। ଖାଦ୍ୟ ଖାଇଦେବାରୁ ଶୁସାନ୍ତ କୁକୁରକୁ ନିସ୍ତୁକ ପିଟିଥିଲେ। କୁକୁରକୁ ପିଟୁଥିବା ଦେଖି ଘନ ଶୁସାନ୍ତଙ୍କୁ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶୁସାନ୍ତ ରାଗିଯାଇ ଘନଙ୍କ ମୁଣ୍ଡକୁ କାଠଫାଳିଆରେ ଆକ୍ରମଣ କରିଥିଲା। ଫଳରେ ଘନଙ୍କ ମୁଣ୍ଡ ଫାଟିଯାଇଥିଲା। ଏନେଇ ଘନ ଖାରବେଳନଗର ଥାନାରେ ଅଭିଯୋଗ କରିିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ଶୁସାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe