ରାସ୍ତାରେ ମହିଳାଙ୍କୁ ଆକ୍ରମଣ, ଯୁବକ ଗିରଫ

Advertisment
ଗୋରୁ ଗାଡ଼ି ଜବତ, ଜଣେ ଅଟକ

ଭୁବନେଶ୍ୱର: ଭିଏସ୍‌ଏସ୍‌ନଗର ଛକ ମଝି ରାସ୍ତାରେ ସୁନିତା ସରକାର ନାକମ ଜଣେ ମହିଳାଙ୍କୁ ଆକ୍ରମଣ ଘଟଣାରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଖିଛି। ତାଙ୍କ ନାଁ ଶାରଦା ମହାପାତ୍ର(୪୦)। ଘର ଭିଏସ୍‌ଏସ୍‌ନଗର ଇ କଲୋନି। ସେ ଜଣେ ସରକାରୀ ଚାକିରିଆ ବୋଲି ଜଣାପଡ଼ିଛି। ଭିଏସ୍‌ଏସ୍‌ନଗର ଏକ ପାର୍କର ରକ୍ଷଣାବେକ୍ଷଣ ପାଇଁ ବିଏମ୍‌ସି ପକ୍ଷରୁ ସୁନିତା ଦାୟୀତ୍ୱ ଦିଆଯାଇଥିଲା। ବୁଧବାର ଦିନ ସେ ଘରେ ନଥିବା ସୟମରେ ଶାରଦା ନିଶାସକ୍ତ ଅବସ୍ଥାରେ ପାର୍କକୁ ଯାଇ ଜିନିଷପତ୍ର ଭଙ୍ଗାରୁଜା କରିବା ସହ କେତେକ ଜିନିଷ ବାହାରକୁ ଫୋପାଡ଼ି ଦେଇଥିଲା। ଏହାଛଡ଼ା ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ ଅଶ୍ଳୀଳଭାଷାରେ ଗାଳିଗୁଲଜ କରିଥିଲା। ଆଜି ସୁନିତା ଘରେ ପହଞ୍ଚିବା ପରେ କେତେକ ମହିଳା ଘଟଣା ବିଷୟରେ ଜଣାଇଥିଲେ। ସୁନିତା ଶାରଦାଙ୍କୁ ଘଟଣା ବିଷୟରେ ପଚରା ଉଚରା କରିବାରୁ ସେ ବୁଝିବା ବଦଳରେ ଗାଳିଗୁଲଜ କରିଥିଲା। ସୁନିତା ସେଠାରୁ ଫେରିଆସି ପୁଲିସକୁ ଫୋନକରି ଘଟଣା ବିଷୟରେ କହିଥିଲେ। ସୁନିତା ପୁଲିସକୁ ଫୋନ୍‌କରିଥିବା ଜାଣିବା ପରେ ଶାରଦା ଉତ୍ତ୍ୟକ୍ତ ହୋଇଯାଇଥିଲା।

ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସୁନିତା ସାଙ୍ଗମାନଙ୍କ ସହ ଛକରୁ ଘରକୁ ଫେରୁଥିଲେ। ଏହି ସୟମରେ ସେ ଏକ ବାଇକ୍‌ରେ ଆସି ସୁନିତାଙ୍କ ପଛପଟକୁ ଗୋଇଠା ମାରିଥିଲା। ସୁନିତା ତଳେ ପଡ଼ିଯାଇଥିଲେ। ଏହାପରେ ଶାରଦା ସୁନିତାଙ୍କୁ ଉଠାଇ ଗୋଇଠା ଓ ଚାପୁଡ଼ା ମାରିଥିଲା। ଶାରଦାଙ୍କ ଏଭଳି କାଣ୍ଡ ଦେଖି ସାଙ୍ଗରେ ଥିବା ମହିଳାମାନେ ଭୟରେ ଦୌଡ଼ିଥିଲେ। ମାଡ଼ମାରିବା ପରେ ଶାରଦା ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ଏହାପରେ ମହିଳାମାନେ ସୁନିତାଙ୍କ ନିକଟକୁ ଆସି ଘରକୁ ନେଇଥିଲେ। ଏନେଇ ସୁନିତା ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଥିଲା। ଆଜି ପୁଲିସ ଶାରଦାକୁ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe