ଅଭିନେତା ସମ୍ବିତଙ୍କ ସାଙ୍ଗ ପ୍ରସନ୍‌ଜିତ୍‌ଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ

Advertisment
ଅଭିନେତା ସମ୍ବିତଙ୍କ ସାଙ୍ଗ ପ୍ରସନ୍‌ଜିତ୍‌ଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଅଭିନେତା ସମ୍ବିତଙ୍କ ସାଙ୍ଗ ପ୍ରସନ୍‌ଜିତ୍‌ ଶତପଥୀଙ୍କ ଉପରେ ଆଜି ରାତି ପ୍ରାୟ ୧୨ଟା ୩୦ ମିନିଟ୍‌ ସମୟର ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସମ୍ବିତ ଓ ପ୍ରସନ୍‌ଜିତ୍‌ ସହିଦନଗରସ୍ଥିତ ଆଇନ୍‌କ୍ସ ଫିଲ୍ମ ଦେଖିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଛି। ୧୦/୧୫ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ପ୍ରସନ୍‌ଜିତଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ଏ ନେଇ ସମ୍ବିତ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବିତଙ୍କ ଅଭିଯୋଗ ଅନୁଯାୟୀ ପ୍ରସନ୍‌ଜିତ୍‌ ଓ ସେ ଆଜି ରାତିରେ ଆଇନକ୍ସକୁ ଫିଲ୍ମ ଦେଖିବାକୁ ଯାଇଥିଲେ। ଫିଲ୍ମ ସରିବା ପରେ ସେ ହଲ୍‌ରୁ ବାହାରୁଥିବା ବେଳେ ହଠାତ୍‌ ୧୦ରୁ ୧୫ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ କୁଦି ପଡ଼ିଥିଲେ। ତେବେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ପ୍ରସନ୍‌ଜିତ ଏହାକୁ ବିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ଧରିଥିବା ମରଣାସ୍ତ୍ରର ଚୋଟ ପ୍ରସନ୍‌ଜିତଙ୍କ ଉପରେ ପଡ଼ିଥିଲା। ଖବର ପାଇଁ ଅନ୍ୟ ଲୋକମାନେ ଘରି ଆସିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ତେବେ କେଉଁ କାରଣରୁ ତାଙ୍କ ଉପରେ ଏପରି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇପାରିନି। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe