ଖଣ୍ଡଗିରି: ଖଣ୍ଡା ଆକ୍ରମଣରୁ ଯୁବକଙ୍କୁ ବଞ୍ଚାଇଦେଲା ହେଲ୍ମେଟ୍। ଦୁର୍ବୃତ୍ତମାନେ ଆକ୍ଟିଭା ଲୁଟିନେଲେ ସିନା ହେଲ୍ମେଟ୍ ଯୋଗୁଁ ଲୁଟେରାର ଖଣ୍ଡା ଚୋଟରୁ ବର୍ତିଗଲେ ଯୁବକ। ଶୁକ୍ରବାର ଏଭଳି ଏକ ଲୁଟ୍ ଘଟଣା ଘଟିଛି ୧୬ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ବଜାର ନିକଟରେ। ଅଭିଯୋଗ ପାଇବା ପରେ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
ସୂଚନାନୁସାରେ ଆଜି ଭୋର୍ ପ୍ରାୟ ୫ଟା ବେଳେ ଗଞ୍ଜାମ ଭଂଜନଗରର ଶୁଭାଶିଷ ନାୟକ ଏକ ଆକ୍ଟିଭାରେ ଭୁବନେଶ୍ୱରରୁ ନିଜ ଘରକୁ ଯାଉଥିଲେ। ସେ ଗଙ୍ଗପଡ଼ା ବଜାର ପାର୍ ହେଉଥିବା ବେଳେ ଏକ କାର୍ରେ ଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ନ ଅଟକିବାରୁ ଦୁର୍ବୃତ୍ତମାନେ କାର୍କୁ ତାଙ୍କ ଆକ୍ଟିଭା ସମ୍ମୁଖକୁ ନେଇ ଅଟକାଇଥିଲେ। ତେଣୁ ଶୁଭାଶିଷ ବାଧ୍ୟ ହୋଇ ଅଟକି ଯାଇଥିଲେ। ଜଣେ ଦୁର୍ବୃତ୍ତ କାର୍ ଭିତରୁ ଏକ ଖଣ୍ଡା ଧରି ବାହାରି ଆସିଥିଲା ଓ ପାଖରେ କେତେ ଟଙ୍କା ରଖିଛୁ ଦେ ବୋଲି କହି ଧମକ ଦେଇଥିଲା। ମୁଣ୍ଡରୁ ହେଲ୍ମେଟ୍ କାଢ଼ି ଶୁଭାଶିଷ ପଛକୁ ଘୁଁଞ୍ଚି ଯିବାକୁ ଉଦ୍ୟମ କଲାବେଳେ ଦୁର୍ବୃତ୍ତଜଣଙ୍କ ଖଣ୍ଡା ଉଠାଇ ଚୋଟ ପକାଇବାକୁ ବସିଲା। ମାତ୍ର ସାହାସ କରି ଶୁଭାଶିଷ ହେଲ୍ମେଟ୍ରେ ଜଗି ଦେଇଥିଲେ। ଖଣ୍ଡା ଚୋଟ ହେଲ୍ମେଟ୍ରେ ବାଜିଥିଲା। କିନ୍ତୁ ସଙ୍ଗେସଙ୍ଗେ ଶୁଭାଶିଷ ହେଲ୍ମେଟ୍ରେ ଦୁର୍ବୃତ୍ତକୁ ଏକ ଶକ୍ତ ପାହାର ପକାଇ ଦୌଡ଼ିଥିଲେ। ତେବେ ଆକ୍ଟିଭା ଚାବିଟି ଗାଡ଼ିରେ ଲାଗିଥିବାରୁ ଦୁର୍ବୃତ୍ତଜଣଙ୍କ ତାକୁ ଷ୍ଟାର୍ଟ କରି ଖୋର୍ଧା ଅଭିମୁଖେ ଚାଲିଲା ଓ କାର୍ରେ ଥିବା ଦୁର୍ବୃତ୍ତଜଣଙ୍କ ପଛେ ପଛେ ଯାଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପିସିଆର୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଫେରାର୍ ହୋଇ ଯାଇଥିଲେ।
ଖଣ୍ଡାରେ ଆକ୍ରମଣ କରି ଛଡ଼ାଇ ନେଲେ ଆକ୍ଟିଭା
Advertisment
Follow Us