ହୋଟେଲ୍‌ରେ ବଙ୍ଗୀୟ ଯୁବତୀଙ୍କୁ ମାଡ଼, ମ୍ୟାନେଜର୍‌, ସୁଇପର୍‌ ଅଟକ

Advertisment
ହୋଟେଲ୍‌ରେ ବଙ୍ଗୀୟ ଯୁବତୀଙ୍କୁ ମାଡ଼, ମ୍ୟାନେଜର୍‌, ସୁଇପର୍‌ ଅଟକ

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ନିୟୁ ଆଶୀର୍ବାଦ ହୋଟେଲରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ମାଡ଼ ହୋଇଛି। ହୋଟେଲ୍‌ର ମ୍ୟାନେଜର୍‌ ଓ ସୁଇପର୍‌ ମାଡ଼ ମାରି ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିବା ଯୁବତୀଜଣଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଦ୍ବୟଙ୍କୁ ଅଟକ ରଖିଛି। ସକାଳ ୯ଟା ବେଳେ ଅଭିଯୋଗ ହୋଇଥିବା ବେଳେ ରାତି ୯ଟା ବେଳେ ମାମଲା ରୁଜୁ ହୋଇଛି। କେଉଁ କାରଣରୁ ସେମାନେ ମାଡ଼ ମାରିଲେ, ସେ ନେଇ ଯୁବତୀଜଣକ ସ୍ପଷ୍ଟ କହି ପାରୁନାହାନ୍ତି। ତେବେ ହୋଟେଲ୍‌ର କର୍ମଚାରୀ ଗ୍ରାହକଙ୍କ ହାତରୁ ମୋବାଇଲ ଛଡ଼ାଇବା ଓ ମାଡ଼ ମାରିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି।

ଘଟଣା ସମ୍ପର୍କରେ ଅଭିଯୋଗ କରିବା ପାଇଁ ଯୁବତୀଜଣକ ଆଜି ସକାଳେ କିଛି ବାଟ ଚାଲିବା ପରେ କ୍ୟାପିଟାଲ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ହେଲେ ଘଟଣାସ୍ଥଳ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବାରୁ ପୁଲିସ ଅଭିଯୋଗପତ୍ର ସେଠାକୁ ପଠାଇ ଦେଇଥିଲା। ପରେ ତାଙ୍କୁ କ୍ୟାପିଟାଲ ଥାନା ପୁଲିସ ମେଡିକାଲ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ଯୁବତୀଙ୍କ ଅଭିଯୋଗକୁ ଆଧାର କରି ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି।

publive-image dacoromania.org

ପ୍ରକାଶ ଥାଉକି, ନିୟୁ ଆଶୀର୍ବାଦ ହୋଟେଲର ଏକ ରୁମ୍‌ରେ ଯୁବତୀଜଣକ ରହୁଥିଲେ। ରେଜିଷ୍ଟରରେ ଥିବା ପ୍ରମାଣ ମୁତାବକ, ଗତକାଲି ସମ୍ପୃକ୍ତ ଯୁବତୀଙ୍କ ସହ ସେହି ରୁମ୍‌ରେ ଆଉ ଜଣେ ଯୁବକ ରହିଥିଲେ। ସେ ମଧ୍ୟ ଏକାଧିକବାର ଏଠାରେ ରହୁଥିବା ପ୍ରମାଣ ମିଳିଛି। ଯୁବତୀଜଣକ ମଧ୍ୟ ପୂର୍ବରୁ ଏଠାରେ ଆସି ରହୁଥିବା ରେଜିଷ୍ଟରରେ ପ୍ରମାଣ ରହିଛି। ଏଥର ସେ ୪ ଦିନ ହେବ ଏଠାରେ ରହୁଥିଲେ। ଏ ସବୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ସେ ଦିଗକୁ ବି ପୁଲିସ୍ ଅନୁଧ୍ୟାନ କରୁଛି। ଯୁବତୀଙ୍କ କହିବା କଥା ହେଲା, ଇବ୍ରାହିମ୍‌ ନାମକ ଯୁବକଙ୍କ ଜରିଆରେ ସେ କୌଣସି କାମରେ ଭୁବନେଶ୍ବର ଆସି ଏହି ହୋଟେଲ୍‌ରେ ରହୁଥିଲେ। ଆଜି ସକାଳେ ସେ ବାହାରକୁ ବାହାରୁଥିବା ବେଳେ ହୋଟେଲ ମ୍ୟାନେଜର୍‌ ଓ ସୁଇପର୍‌ ହଠାତ୍‌ ତାଙ୍କୁ ମାଡ଼ ମାରି ମୋବାଇଲ ନେଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe