ଫିଲ୍ମ ନିର୍ଦେଶକଙ୍କୁ ଖଣ୍ଡାରେ ଆକ୍ରମଣ

Advertisment
ଫିଲ୍ମ ନିର୍ଦେଶକଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର: ଆଇଆର୍‌ସି ଭିଲେଜରେ ଥିବା ଏକ ଷ୍ଟୁଡିଓରେ ରେକଡିଂ ବେଳେ ଜଣେ ଚଳଚ୍ଚିତ୍ର ନିର୍ଦେଶକଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଷ୍ଟୁଡିଓ ମାଲିକ ଅଶୋକ ସାହୁ ଥାନାରେ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଆଜି ସନ୍ଧ୍ୟା ସମୟରେ ଆଇଆର୍‌ସି ଭିଲେଜ୍‌ ତାଙ୍କ ଷ୍ଟୁଡିଓରେ ନିର୍ଦେଶକ ରାଜୀବ ମହାନ୍ତିଙ୍କ ଫିଲ୍ମର ଗୀତ ରେକର୍ଡିଂ ଚାଲିଥିଲା। ଏହି ସମୟରେ ହଠାତ୍‌ ସୁଶାନ୍ତ ବେହେରା ଓ ମେକପ୍‌ମ୍ୟାନ୍‌ ସଲସଲ ଷ୍ଟୁଡିଓ ଭିତରକୁ ପଶି ରାଜୀବଙ୍କ ସହ ପାଟିତୁଣ୍ଡ କରିଥିଲେ। ରାଜୀବ ପ୍ରତିବାଦ କରିବାରୁ ଉଭୟ ଏକ ଖଣ୍ଡାରେ ରାଜୀବଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କ ଏଭଳି କାଣ୍ଡ ଦେଖି ଅଶୋକ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜୀବଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏ ନେଇ ଅଶୋକ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe