ଚନ୍ଦ୍ରଶେଖରପୁର: ନାଲକୋ ଛକରେ ଗାଡ଼ି ଯାଞ୍ଚ ବେଳେ ଚନ୍ଦ୍ରଶେଖରପୁର ଥାନା ଏସ୍ଆଇ ଅରୁଣ କୁମାର ଖିଲାରଙ୍କୁ କଟୁରିରେ ହାଣି ଖସି ପଳାଇଥିବା ଅଭିଯୁକ୍ତକୁ ଆଜି ପୁଲିସ ଗିରଫ କରିଛି। ସେ ହେଲା, ଜିତେନ୍ଦ୍ର କୁମାର ଭୋଇ(୨୨)। ପୁଲିସ ତା’ଠାରୁ ଏକ କଟୁରି ଓ ଗାଡ଼ି ଜବତ କରିଛି। ସିସିଟିଭି ଫୁଟେଜ୍ରୁ ଗାଡ଼ି ନମ୍ବର ଟ୍ରାକ୍ କରି ପୁଲିସ୍ ଗତକାଲି ତା’କୁ ଖୋର୍ଦ୍ଧାରୁ ଗିରଫ କରିଛି। କୋର୍ଟରେ ତା’ର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସପ୍ତାହ ତଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ନାଲ୍କୋ ଛକରେ ଗାଡ଼ିଗୁଡ଼ିକ ଯାଞ୍ଚ କରୁଥିଲେ। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଅରୁଣ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ସେଠାରେ କାର୍ଯ୍ୟରତ ଏସ୍ଆଇ ଅରୁଣ ତାକୁ ଅଟକାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେ ପୁଲିସ୍ ସହିତ ଯୁକ୍ତତର୍କ କରି ପରେ ସିଟ୍ ତଳେ ରଖିଥିବା ଏକ କଟୁରିରେ ଅରୁଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଖସି ପଳାଇଥିଲା। ଶ୍ରୀ ଖିଲାରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଏସ୍ଆଇଙ୍କୁ କଟୁରିରେ ଆକ୍ରମଣ, ଜଣେ ଗିରଫ
Advertisment
Follow Us