ବିଜୁଙ୍କ ପ୍ରତିମୂର୍ତ୍ତି  ପୋତି ଦେଇଥିବା ଦୁର୍ବୃତ୍ତଙ୍କ ଗିରଫ ଦାବି

Advertisment
ଜାଲିଆତି କରି ଓଆଇଏସ୍‌ଏଫ୍‌ କନ୍‌ଷ୍ଟେବଲ ଗିରଫ

ଭୁବନେଶ୍ୱର : ସାଲିଆସାହି ଓ୍ଵାର୍ଡ ନଂ ୨୧ରେ ଥିବା ବହୁ ପୁରାତନ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ସେହି ସାହିର କିଛି ଦୁର୍ବୃତ୍ତ ପୋତି ଦେଇଛନ୍ତି। ଏନେଇ କିଛି ସ୍ଥାନୀୟ ଲୋକ  ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ସାଲିଆସାହି ଓ୍ଵାର୍ଡ ନମ୍ବର ୨୧ରେ ବହୁ ପୁରାତନ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଥିଲା। ଗତ କିଛି ଦିନ ହେଲା ସ୍ଥାନୀୟ କିଛି ଯୁବକ ଏହି ଜାଗାକୁ ଜୋରଜବଦସ୍ତ ମାଡ଼ିବସି ସେଠାରେ ଥିବା ପ୍ରତିମୂର୍ତ୍ତିକୁ ପୋତି ଦେଇଥିଲେ। ଏନେଇ କିଛି ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବା ଫଳରେ ସେମାନେ ଦୁର୍ବୃତ୍ତମାନଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe