ଚନ୍ଦ୍ରଶେଖରପୁର: ପଟିଆ ରାଜା ମଧୁସୂଦନ ଦେଓ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଛାତ୍ର ସୋମନାଥ ସୂତାର(୧୯)କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ସୋମନାଥ ଗତ ରାତିରେ ରଙ୍ଗମାଟିଆସ୍ଥିତ ଭଡ଼ା ଘରକୁ ଫେରିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଗତ ମଙ୍ଗଳବାର ଦିନ ସୋମନାଥ କଲେଜରେ ଅଧ୍ୟକ୍ଷ ଶ୍ରୀ ରାଉତଙ୍କୁ ଆକ୍ରମଣ କରିଥିଲା। ଏକ ହାତୁଡ଼ିରେ ମୁଣ୍ଡକୁ ପିଟି ତାଙ୍କୁ ଗୁରୁତର ଆହତ କରିଥିଲା। ଅଧ୍ୟକ୍ଷ ଶ୍ରୀ ରାଉତ ଘଟଣାସ୍ଥଳରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଜଣେ ଅଧ୍ୟାପକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବାରୁ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ତେଣୁ ଇନ୍ଫୋସିଟି ଥାନା ଆଇଆଇସି ବିଶ୍ବଜିତ୍ ମହାନ୍ତି ତାକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ଗତକାଲି ରାତିରେ ସେ ରଙ୍ଗମାଟିଆ ଫେରିଥିବା ଖବର ପାଇ ପୁଲିସ ଟିମ୍ ତାକୁ କାବୁ କରି ନେଇଥିଲା। ଗତବର୍ଷ ପରୀକ୍ଷାରେ ସେ କପି କରୁଥିବା ବେଳେ ଧରା ପଡ଼ି ପରୀକ୍ଷାରେ ଫେଲ୍ ହୋଇଥିବାରୁ ରାଗ ରଖି ଅଧ୍ୟକ୍ଷ ଶ୍ରୀ ରାଉତଙ୍କୁ ଆକ୍ରମଣ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us