ଦମ୍ପତିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ; ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ, ଭୋ ଭୋ ହୋଇ କାନ୍ଦୁଛନ୍ତି ପିଲା

ଭାବି ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

Representational image

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ବସବାସ କରୁଥିବା ଦମ୍ପତିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରଯାଇଥିଲା। ଏଥିରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏଥିସହିତ ମୃତ ମହିଳାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଶବଗୃହକୁ ପଠାଇ ଦେଇଛି ପୁଲିସ।

ପୁଲିସ ଏହି ଘଟଣାର ଯାଞ୍ଚ କରି ପ୍ରାରମ୍ଭିକ ତଥ୍ୟ ଦେଇଛି କି, ସ୍ବାମୀ-ସ୍ତ୍ରୀଙ୍କ ଉପରେ ଏଭଳି ପ୍ରାଣାନ୍ତକ ଆକ୍ରମଣ ଟଙ୍କା କାରବାରକୁ ନେଇ ହୋଇଥିବା ସୂଚନା ରହିଛି। ମାମଲାର ଯାଞ୍ଚ ଜାରି ରହିଛି। ଖୁବଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ।

जानलेवा हमले में पत्नी की मौत, पति गंभीर घायल.

ସୂଚନାଯୋଗ୍ୟ, ମଙ୍ଗଳବାର ଓ ବୁଧବାର ରାତିରେ ଶିକାରପୁରର ଲାଲ ଦରୱାଜା ମୋହଲ୍ଲାରେ ରହୁଥିବା ଦମ୍ପତି ଶବ୍ବିର ଓ ରିହାନା ଘର ବାହାରେ ଥିବା ବାରଣ୍ଡାରେ ଶୋଇଥିଲେ। ଘର ଭିତରେ ଦମ୍ପତିଙ୍କ ପିଲାମାନେ ଶୋଇଥିଲେ। ରାତି ସମୟରେ କିଛି ଅଜଣାଲୋକ ଦମ୍ପତିଙ୍କ ଉପରେ ଧାରୁଆ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ଘଟଣାସ୍ଥଳରେ ରିହାନାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଶବ୍ବିର ଯନ୍ତ୍ରଣାରେ ଛଟପଟ ହୋଇ ଡାକ ମାରିଥିଲେ। ତାଙ୍କ ପାଟି ଶୁଣି ଘଟଣାସ୍ଥଳକୁ ପାଖପଡ଼ିଶା ଦୌଡ଼ି ଆସିଥିବା ବେଳେ ଆକ୍ରମଣକାରୀ ଚମ୍ପଟ ମାରିଥିଲେ। ସ୍ଥାନୀୟଲୋକେ ଶବ୍ବିରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe