ମଦ ବେପାରରୁ ମାର୍‌ପିଟ : କାଠଫାଳିଆ ପାହାରରେ ନାବାଳାକ ବେହୋସ୍‌

Advertisment
ମଦ ବେପାରରୁ ମାର୍‌ପିଟ : କାଠଫାଳିଆ ପାହାରରେ ନାବାଳାକ ବେହୋସ୍‌

thelivemirror.com

ଖଣ୍ଡଗିରି : ମଦ ବେପାରକୁ ନେଇ ‌ସୋମବାର ଅପରାହ୍‌ଣରେ ଯାଁଳା ଫାଣ୍ଡି ଜାଗସରାପାଟଣା ଗାଁରେ ଘଟିଥିବା ମାର୍‌ପିଟ୍‌ରେ ଜଣେ ନାବାଳକ ଗୁରୁତର ହୋଇଛି। ଆହତ ନାବାଳକ ରବି ସେଠୀଙ୍କ ପୁଅ ଗଣେଶ (୧୩) ଏବେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛି। ଗଣେଶ କୋମାକୁ ଚାଲି ଯାଇଥିବା ଜଣାପଡ଼ିଛି। ଯାଁଳା ଫାଣ୍ଡି ପୁଲିସ ମାମଲାର ଛାନ୍‌ଭିନ୍ ଆରମ୍ଭ କରି ଗଣ୍ଡ ଗୋଳକାରୀମାନଙ୍କ ମଧ୍ୟରୁ ଶଙ୍କର ସାହୁଙ୍କୁ ଅଟକ ରଖିଛି।

ସୂଚନାନୁସା‌ରେ କବି ସେଠୀ ନାମକ ଜଣେ ବ୍ୟକ୍ତି ଗାଁରେ ଦେଶୀ ମଦ ବେପାର କରି ଆସୁଛନ୍ତି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ‌ ସମୟରେ କିଛି ମଦ୍ୟପ କବିଙ୍କ ଦାଣ୍ଡରେ ମଦ ପିଉଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଶଙ୍କର ସାହୁ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ମଦ୍ୟପମାନେ ତାଙ୍କୁ ରାସ୍ତା ନଛାଡ଼ିବାରୁ ଶଙ୍କର କବିଙ୍କୁ ଇଙ୍ଗିତ କରି ଗାଳିମନ୍ଦ କରିଥିଲେ। ଏହାକୁ ବିରୋଧ କରି କବିଙ୍କ ଭାଇ ରବି ସେଠୀ ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ପାଟି ଶୁଣି ଉଭୟ ପରିବାରର ଲୋକେ ଠେଙ୍ଗାବାଡ଼ି ଓ କାଠଫାଳିଆ ଧରି ସେଠାରେ ପହଞ୍ଚି ଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ମାର୍‌ପିଟ ଚାଲିଥିବା ବେଳେ ଗଣେଶ ବାପା ରବିଙ୍କୁ ଟାଣି ଆଣିବାକୁ ଚେଷ୍ଟା କରୁଥିଲା। ମାତ୍ର ହଠାତ୍ ତା’ ମୁଣ୍ଡରେ ହିଁ କାଠଫାଳିଆ ପାହାର ବସିଥିଲା ଓ ସେ ସଂଜ୍ଞାହୀନ ହୋଇ ତଳେ ପଡ଼ି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe