ପିସିଆର୍‌ ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ, ୨ ଗିରଫ

Advertisment
୨ ଲୁଟେରା ଗିରଫ, ମୋବାଇଲ୍‌ ଫୋନ୍‌ ଓ ଟଙ୍କା ଜବତ

India Today

ଭୁବନେଶ୍ବର: ଖାରବେଳନଗର ଥାନା ଅଧୀନ ସତ୍ୟନଗର ବିଗ୍‌ବଜାର ସମ୍ମୁଖରେ ଗୁରୁବାର ରାତିରେ ପିସିଆର୍‌-୩ ଉପରେ ଆକ୍ରମଣ ହୋଇଛି। ଏଥିରେ ଥିବା ପୁଲିସ କର୍ମଚାରୀଙ୍କୁ କିଛି ଯୁବକ ଟେକାପଥର ମାଡ଼ କରିବା ସହିତ ଆକ୍ରମଣ କରିଥିଲେ। ଏପରିକି ସେମାନେ ପିସିଆର୍‌କୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ତେବେ ଏପରି ଆକ୍ରମଣର କାରଣ ସଂପର୍କରେ ପୁଲିସ କିଛି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶାନ୍ତିପଲ୍ଲୀ ବସ୍ତିର ଏସ୍‌କେ ଅନ୍‌ୱର(୨୩) ଓ ମାଳିସାହି ମସ୍‌ଜିଦ୍ କଲୋନିର ଏସ୍‌କେ ରାଜେଶ(୨୨)।

ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ପିସିଆର୍-୩ ମାଳିସାହି, ସତ୍ୟନଗର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ତେବେ ବିଗ୍‌ବଜାର ସମ୍ମୁଖରେ ସତ୍ୟନଗର ଓଭରବ୍ରିଜ୍‌ ଆଡ଼କୁ ଯାଉଥିବା ବେଳେ ସେଠାରେ ଥିବା କିଛି ଯୁବକ ଅଚାନକ ପିସିଆର୍‌ ଉପରକୁ ଟେକା ପଥର ମାଡ଼ କରିଥିଲେ। ଯୁବକମାନେ ଟେକାପଥର ମାଡ଼ ବନ୍ଦ କରିବା ପରେ ପୁଲିସ ଗୋଡ଼ାଇ ଗୋଡ଼ାଇ ଯୁବକମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ୨ ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର୍‌ ହୋଇଯାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe