ଭାଲେଣ୍ଟିନା ପାଇପସ୍‌ର ମାଲିକ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ଆଉ ଜଣେ ଗିରଫ, ବାଇକ୍‌ ଜବତ

Advertisment
ଭାଲେଣ୍ଟିନା ପାଇପସ୍‌ର ମାଲିକ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ଆଉ ଜଣେ ଗିରଫ, ବାଇକ୍‌ ଜବତ

ଭୁବନେଶ୍ୱର : ରସୁଲଗଡ଼ କୋଚିଳେଇ ହାଟ ନିକଟରେ ଥିବା ଭାଲେଣ୍ଟିନା ପାଇପ୍‌ସ ମାଲିକ ନିକୁଞ୍ଜ ଛୋଟରାୟ ଓ କର୍ମଚାରୀ ପୂର୍ଣ୍ଣ ଦରୁଆଙ୍କୁ ଭୁଜାଲିରେ ଆକ୍ରମଣ ଘଟଣାର ୪ମାସ ପରେ ସହିଦନଗର ଥାନା ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ଚୋରା ବାଇକ୍‌ ଜବତ କରିଛି। ସେ ହେଲା ଅନନ୍ତ ଚାରଚେରୀ (୨୬)। ଘର କଟକ ରାୟପୁର ଅଞ୍ଚଳ।

୨୦୧୭ ଡିସେମ୍ବର ୧୧ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଅନନ୍ତ ଓ ତାର ସହଯୋଗୀମାନେ ୪ଟି ବାଇକ୍‌ରେ ଆସି ନିକୁଞ୍ଜ ଛୋଟରାୟଙ୍କ ଚାମ୍ବରରେ ପଶି ଡି’ବ୍ରଦର୍ସଙ୍କ ଲୋକ ବୋଲି କହି ୫ଲକ୍ଷ ଟଙ୍କା ବଟି ମାଗିଥିଲେ। ପରେ ଭୁଜାଲି ଓ ଲୁହାରଡ୍‌ରେ ନିକୁଞ୍ଜଙ୍କୁ ଆକ୍ରମଣ କରିଥିଲେ। ପୂର୍ଣ୍ଣ ବିରୋଧ କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଚୋଟ ମାରିିଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ୫ଜଣଙ୍କୁ ଗିରଫ କରିଛି। ସୋମବାର ରାତିରେ ପୁଲିସ ଅନନ୍ତଙ୍କ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe