ଟ୍ରାଫିକ ପୁଲିସକୁ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

Advertisment
ଟ୍ରାଫିକ ପୁଲିସକୁ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର : ଜଣେ କର୍ତ୍ତବ୍ୟରତ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ଆଜି ନୂଆପଲ୍ଲୀ ଥାନା ପକ୍ଷରୁ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାଁ ଦିଲ୍ଲୀପ କୁମାର ପ୍ରଧାନ। ଘର ନୟାଗଡ଼ ଜିଲ୍ଲାର ମିଟୁଆଣି ବୋଲି ଜଣା ପଡ଼ିଛି। ଦିଲ୍ଲୀପ ଜଣେ ଟ୍ରକ ଚାଳକ। ସେ ଗତକାଲି ରାତିରେ ଟ୍ରକ ଆଣି ଜୟଦେବବିହାରର ନୋ ଏଣ୍ଟ୍ରି ଜୋନରେ ଭର୍ତ୍ତି କରିଥିଲା। ଏହା ଦେଖି ସେଠାରେ ଥିବା ଟ୍ରାଫିକ ପୁଲିସ ଟ୍ରକ୍‌ଟିକୁ ଅଟକାଇଥିଲେ। ମାତ୍ର ଦିଲ୍ଲୀପ ଟ୍ରକ୍‌କୁ ନ ଅଟକାଇ ତାଙ୍କୁ ଗାଡ଼ି ମଡ଼ାଇଦବାକୁ ଦେବାକୁ ଉଦ୍ୟମ କରିଥିଲେ। ଫଳରେ ଟ୍ରାଫିକ ପୁଲିସ ଜଣକ ଗୁରୁତର ଆହତ ହୋଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଟ୍ରକ୍‌କୁ ଅଟକ ରଖି ଚାଳକଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe