ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତି ନିକଟରେ ଯୁବକଙ୍କୁ ଆକ୍ରମଣ

Advertisment

ମଲ୍‌ ନିକଟରେ ଗୁଣ୍ଡାଗିରି

ମଲ୍‌ ନିକଟରେ ଗୁଣ୍ଡାଗିରି

ଭୋଗରାଇରେ ଅନର୍‌କିଲିଂ ଉଦ୍ୟମ : ରାତିଅଧରେ ଗର୍ଭବତୀ ଝିଅ, ଜ୍ୱାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ

The Hans India

ଚନ୍ଦ୍ର‌ଶେଖରପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ରାତି ପ୍ରାୟ ଆଠଟା ବେଳେ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତି ନିକଟରେ ରାଜୁ ନାୟକ ନାମକ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସୂଚନାପାଇ ପିସିଆର୍ ରାଜୁଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲ୍‌‌ରେ ଭର୍ତି କରିଛି। ଆକ୍ରମଣ କରିଥିବା ଯୁବକ ରଞ୍ଜନ ନାୟକ ବୋଲି ରାଜୁ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ରଞ୍ଜନକୁ ଥାନାରେ ଅଟକ ରଖିଛି। ରାଜୁ ଓ ରଞ୍ଜନ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା। ଆଜି ରାତିରେ ଈଶାନେଶ୍ବର ବସ୍ତି ନିକଟ ନିଛାଟିଆ ରାସ୍ତାରେ ରାଜୁକୁ ଏକୁଟିଆ ଦେଖି ରଞ୍ଜନ ଏକ ଜିଆଇ ପାଇପ୍‌ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା।

ମଲ୍‌ ନିକଟରେ ଗୁଣ୍ଡାଗିରି
ଭୁବନେଶ୍ୱର : ୨ ନମ୍ବର ମାର୍କେଟ୍‌ ବିଲ୍ଡିଂରେ ଆତଙ୍କରାଜ ଘଟଣା ମନରୁ ନ ଲିଭୁଣୁ ଆଉ ଏକ ମଲ୍‌ ନିକଟରେ କେତେକ ଯୁବକ ଆତଙ୍କ ଖେଳାଇଛନ୍ତି। ଗତ ରାତିରେ ୪ରୁ ୫ ଜଣ ଯୁବକ ହାତରେ ବାଡ଼ି ଓ ଲୁହା ଛଡ଼ ଧରି ତିନିଜଣ ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳ‌େ ଅନ୍ୟ ଦୁଇଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସେଠାରେ ଥିବା ଅନ୍ୟ କେତେକ ଯୁବକ ଏଭଳି ଅବସ୍ଥା ଦେଖି ଯିଏ ଯୁଆଡ଼େ ପାରିଥିଲେ ଦଉଡ଼ି ପଳାଇଛନ୍ତି। ଦୀର୍ଘ ଏକ ଘଣ୍ଟା ଧରି ଏଭଳି ଆତଙ୍କରାଜ ଚାଲିବା ପରେ ସହିଦନଗର ଥାନା ପୁଲିସ ପହଞ୍ଚି ଜଣକୁ ଧରିଥିବା ବେଳେ ଅନ୍ୟ ମାନେ ଫେରାର ହୋଇଯାଇ ଥିଲେ। ଆହତ ଯୁବକଙ୍କୁ ଏକ ଘରୋଇ ହସ୍‌ପିଟାଲକୁ ନିଆ ଯାଇଥିଲା। ଧରାପଡ଼ିଥିବା ଯୁବକ ହେଉଛି ନୂଆପଲ୍ଲୀ ବେହେରା ସାହିରେ ରହୁଥିବା ନିଆଳୀ ସୁନ୍ଦରବା ଗ୍ରାମର ବିକାଶ ବାରିକ। ଆହତ ଯୁବକ ହେଉଛନ୍ତି ସହିଦନଗରର ଦୀପକ ପାତ୍ର।

ସୂଚନା ମୁତାବକ, ଗତ ୨୧ ତାରିଖ ଦିନ ବିଏମ୍‌ସି ମଲ ନିକଟରେ ଥିବା ଶିବମନ୍ଦିର କଡ଼ରେ ବିକାଶ ବାରିକ, ତାଙ୍କ ସାଙ୍ଗ ଆଶିଷ ଯାଦବ ଓ ରୋନକ୍‌ ସାହୁ ଛିଡ଼ା ହୋଇ କଥା ହେଉଥିଲେ। ସେତିକିବେଳେ ସେଠାରେ ବିକାଶ ଓ ତାର ସାଙ୍ଗ ଅନୀଲ, ସୋହେଲ୍‌ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଉଭୟଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ସହ ଗଣ୍ଡଗୋଳ ହୋଇଥିଲା। ଉଭୟଗୋଷ୍ଠୀ ପରସ୍ପରକୁ ଚେତାବନୀ ଦେଇ ଚାଲି ଯାଇଥିଲେ। କିନ୍ତୁ ଗତରାତିରେ ବିକାଶ ଅନ୍ୟ ସାଙ୍ଗମାନଙ୍କୁ ଧରି ସେଠାରେ ପହଞ୍ଚି ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe