ଥାନାରେ ଆପୋଷ ବୁଝାମଣା ନ କରିବାରୁ ଯୁବକକୁ ପ୍ରାଣାନ୍ତକ ଆକ୍ରମଣ

ଥାନାରେ ଆପୋଷ ବୁଝାମଣା ନ କରିବାରୁ ଯୁବକକୁ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ଥାନାରେ ଆପୋଷ ବୁଝାମଣା ନ କରିବାରୁ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣକାରୀ ଯୁବକମାନେ ବନ୍ଧୁକ ମୁନରେ ତାଙ୍କଠାରୁ ନଗଦ ୩ ହଜାର ଟଙ୍କା ସହ ସୁନା ବ୍ରେସଲେଟ ଓ ମୁଦି ଛଡ଼ାଇ ନେଇଛନ୍ତି। ଏନେଇ ଯୁବକ ଜଣକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ମଞ୍ଚେଶ୍ୱର ଥାନାରେ ପ୍ରସନ୍ନ ପଣ୍ଡା ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ କି, ଅଶୋକ ବାରିକ ନାମକ ଜଣେ ଯୁବକ ୫୦ ହଜାର ଟଙ୍କା ଋଣ ନେଇଥିଲେ। ସୁଧ ଟଙ୍କା ପାଖାପାଖି ୩୦ ହଜାର ଟଙ୍କା ସୁଝି ଦେଇଥିଲେ ମଧ୍ୟ ପ୍ରସନ୍ନଙ୍କ ଅଭିଯୋଗ ବଳରେ ପୁଲିସ ଅଶୋକଙ୍କୁ ଥାନାକୁ ଡକାଇଥିଲା। ଥାନାରେ ଉଭୟ ଆପୋଷ ସମାଧାନ କରିଥିଲେ। ଫଳରେ ପୁଲିସ ଅଶୋକଙ୍କୁ ରମେଶ ଚନ୍ଦ୍ର ସାହୁ ଓ ମନୋରଂଜନ ବଳିୟାରସିଂହଙ୍କ ଜିମା ନାମାରେ ଛାଡିଥିଲା। କିନ୍ତୁ ଥାନାଠାରୁ କିଛି ଦୂର ଗଲା ପରେ ପ୍ରସନ୍ନଙ୍କ ଦୁଇ ସହଯୋଗୀ ବିଜୁ ଓ ଲିପୁ ରମେଶଙ୍କୁ ରାସ୍ତାରେ ଅଟକାଇ କାହିଁକି ଆପୋଷ ସମାଧାନ କଲ କହି ପ୍ରାଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କ ଟଙ୍କା ଓ ସୁନଗହଣା ଛଡ଼ାଇ ନେଇଥିଲେ ବୋଲି ରମେଶ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏ ନେଇ ତଦନ୍ତ କରି ପ୍ରସନ୍ନ, ବିଜୁ ଓ ଲିପୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କେପି ମିଶ୍ର କହିଛନ୍ତି, ଲୁଟପାଟ ନୁହେଁ ବରଂ ବିଜୁ ଓ ଲିପୁ କେବଳ ରମେଶଙ୍କୁ ଆକ୍ରମଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe