ଯୁବକଙ୍କୁ ଗୋଡ଼େଇ ଗୋଡ଼ଇ ହାଣିବା ଘଟଣା : ୨୪ ଘଣ୍ଟା ପରେ ବି ପୁଲିସ ହାତ ଖାଲି

Advertisment
ଯୁବକଙ୍କୁ ଗୋଡ଼େଇ ଗୋଡ଼ଇ ହାଣିବା ଘଟଣା : ୨୪ ଘଣ୍ଟା ପରେ ବି ପୁଲିସ ହାତ ଖାଲି

ଭୁବନେଶ୍ୱର : ପୁଲିସ ଖବରୀ ସନ୍ଦେହରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିବା ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଏବେ ବି ପୁଲିସର ହାତ ଖାଲି। ମଙ୍ଗଳବାର ଏହି ଘଟଣାରେ କୌଣସି ଥାନାରେ ଅଭିଯୋଗ ହୋଇ ନଥିବା ବେଳେ ଆଜି ବଡ଼ଗଡ଼ ଥାନା ପୁଲିସ ନିଜଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଆପରାଧିକ ଘଟଣାର ବିଭିନ୍ନ ଦିଗ ପ୍ରତି ତଦନ୍ତ କରିବା ସହ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି। ତେବେ ଖୁବ୍‌ଶୀଘ୍ର ଅପରାଧୀମାନେ ଧରାପଡ଼ିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗୌତମନଗର ଅଞ୍ଚଳର ସୁଜିତ ଜେନାଙ୍କୁ ପୁଲିସ ଖବରୀ ସନ୍ଦେହରେ ସେହି ଅଞ୍ଚଳର ମା’ପୁଅ ମିଳିତ ଭାବେ ଆକ୍ରମଣ କରିଥିଲେ। ସେମାନେ ପନିକି ଓ ଚାପଡ଼ରେ ଗୋଡ଼େଇ ଗୋଡ଼େଇ ସୁଜିତଙ୍କ ବେକ ଓ ମୁଣ୍ଡକୁ ଅତି ନିର୍ମମ ଭାବେ ହାଣି ଦେଇଥିଲେ। ତେବେ ନିକଟରେ ଥିବା ଅନ୍ୟ ଜଣେ ଯୁବକ ଟିକିରା ଏହି ଘଟଣା ଦେଖିଦେବାରୁ ମା’ ପୁଅ ତାକୁ ମଧ୍ୟ ଛାଡ଼ି ନଥିଲେ। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେବା ସହ ଗୁରୁତର ଦ୍ୱୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ସେଠାରେ ସୁଜିତ୍‌ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପରିବାରଲୋକେ ତାଙ୍କୁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe