ଥାନାରେ ଆପୋସ ସମାଧାନ କରିବାରୁ ଆକ୍ରମଣ ଘଟଣା : ଲୁଟପାଟ୍‌ ଘଟଣାକୁ ଅସ୍ୱୀକାର

Advertisment
ଥାନାରେ ଆପୋସ ସମାଧାନ କରିବାରୁ ଆକ୍ରମଣ ଘଟଣା : ଲୁଟପାଟ୍‌ ଘଟଣାକୁ ଅସ୍ୱୀକାର

ଭୁବନେଶ୍ୱର : ଥାନାରେ ଆପୋଷ ସମାଧାନ କରିବା ଘଟଣାକୁ କେନ୍ଦ୍ର କରି ଗତକାଲି ମଂଚେଶ୍ୱର ଥାନା ଅଧୀନ ପଳାସୁଣି ଛକରେ ରମେଶ ସାହୁ ନାମକ ଜଣେ ଯୁବକଙ୍କୁ ଲୁଟପାଟ ଓ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଓ ଲିପୁ। ବିଜୁ ଓ ଲିପୁ ଏ ନେଇ ନିଜ ମତ ରଖି କହିଛନ୍ତି, ରମେଶ ଓ ତାଙ୍କ ସହଯୋଗୀ ବନ୍ଧୁଜଣକ ଥାନା ଭିତରେ ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ। ପରେ ପଳାସୁଣି ଛକରେ ପୁଣି ଥରେ ସେମାନେ ଗଣ୍ଡଗୋଳ ହୋଇଥିଲା। ରମେଶଙ୍କଠାରୁ କେହି ଟଙ୍କା କିମ୍ବା ସୁନାଗହଣା ଛଡ଼ାଇ ନାହାନ୍ତି କି ବନ୍ଧୁକ ମୁନରେ ଡରାଯାଇନାହିଁ। ଏହା ସଂପୂର୍ଣ ମିଛ ଅଭିଯୋଗ। ସେହିପରି ଗତକାଲି ମଂଚେଶ୍ୱର ଥାନା ଇନ୍ସପେକ୍ଟର କେପି ମିଶ୍ର ମଧ୍ୟ ଲୁଟପାଟ ଘଟଣାକୁ ଅସ୍ୱୀକାର କରିଥିଲେ।

ମଂଚେଶ୍ୱର ଥାନାରେ ପ୍ରସନ୍ନ ପଣ୍ଡା ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ କି ଅଶୋକ ବାରିକ ନାମକ ଜଣେ ଯୁବକ ୫୦ ହଜାର ଟଙ୍କା ଋଣ ନେଇଥିଲେ। ଗତକାଲି ଏହି ଟଙ୍କା ଦେଣନେଣ ଘଟଣାକୁ ନେଇ ଅଶୋକଙ୍କୁ ପୁଲିସ ମଂଚେଶ୍ୱର ଥାନାକୁ ଡକାଇଥିଲା। ଥାନାରୁ ଅଶୋକଙ୍କୁ ନେବାକୁ ଆସିଥିବା ରମେଶଙ୍କ ସହିତ କୌଣସି କାରଣରୁ ବଚସା ହୋଇଥିଲା। କିନ୍ତୁ ଲୁଟପାଟ ନୁହେଁ ବୋଲି ବିଜୁ ଓ ଲିପୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe