ଏଟିଏମ୍‌ ମେସିନ୍‌ କାଟି ଲୁଟ୍‌ ଉଦ୍ୟମ; ଯୁବକ ଗିରଫ

Advertisment
ଏଟିଏମ୍‌ ମେସିନ୍‌ କାଟି ଲୁଟ୍‌ ଉଦ୍ୟମ; ଯୁବକ ଗିରଫ

ବାଲିପାଟଣା: ବାଲିପାଟଣା ଛକରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌କୁ ସୋମବାର ଅପରାହ୍ନରେ ଭାଙ୍ଗି ସେଥିରୁ ଟଙ୍କା ଲୁଟ୍‌ ଉଦ୍ୟମ ହୋଇଛି। ଏ ସଂପର୍କରେ ଏଟିଏମ୍‌ କର୍ତ୍ତୃପକ୍ଷ ଜାଣିବା ପରେ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି। ବାଲିପାଟଣା ପୁଲିସ୍‌ ଏନେଇ ନଂ ୯/୧୮ରେ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଗିରଫ କରିଛି। ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ ଦେଇଥିବା ସୂଚନା ମୁତାବକ, ପଟ୍ଟନାୟକ(ଦୀପୁ) ଗତକାଲି ଅପରାହ୍ନ ପ୍ରାୟ ୩.୩୦ରେ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ। ପ୍ରଥମେ ସିସିଟିଭିକୁ ଅଚଳ କରିବା ପରେ କଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ବଳରେ ସେ ଏଟିଏମ୍‌ ମେସିନ୍‌ର ତଳ ଅଂଶକୁ କାଟି ସେଥିରୁ ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ ବି ସଫଳ ହୋଇ ପାରିନଥିଲେ। ସେହି ସମୟରୁ ଏଟିଏମ୍‌ଟି ଅଚଳ ହୋଇଯିବାରୁ ଲୋକମାନେ ଟଙ୍କା ଉଠାଇ ପାରିନଥିଲେ। ଅଭିଯୋଗ ପାଇ ଆଜି ଏଟିଏମ୍‌ର ବୈଷୟିକ ଟିମ୍‌ ଆସି ଯାଞ୍ଚ କରିବା ପରେ ଏଟିଏମ୍‌ ମେସିନ୍‌ କଟା ହୋଇ ଟଙ୍କା ଲୁଟ୍‌ ଉଦ୍ୟମ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଏଟିଏମ୍‌ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ। ସଙ୍ଗେସଙ୍ଗେ ପୁଲିସ୍‌ ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରି ରାଜୀବକୁ ଗିରଫ କରିବା ସହିତ ତାଠାରୁ ୧୦ଟି ଏଟିଏମ୍‌ କାର୍ଡ଼, ଏଟିଏମ୍‌ ମେସିନ୍‌ ଭାଙ୍ଗିବା କଟର, ପ୍ଲାସ୍‌, ପେଚକସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe