ଚନ୍ଦ୍ରଶେଖରପୁର: ଚାକିରିରୁ ବାହାର କରିଦେବାରୁ କାର୍ ମାଲିକଙ୍କୁ ଜିଅନ୍ତା ପୋଡ଼ି ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, କଟକ ସାଲେପୁରର ଖଲି ଅହମ୍ମଦ (୩୩)। ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଅନନ୍ତ ବସ୍ତିରେ ରହୁଥିବା କାର୍ ମାଲିକ ସନ୍ତୋଷ ସାହୁଙ୍କୁ ଶୋଇଥିବା ଅବସ୍ଥାରେ ସେ ପୋଡ଼ି ମାରିଦେବା ପାଇଁ ଚେଷ୍ଟା କରିଥିଲା। ସନ୍ତୋଷ ନିଜ କାର୍ ଭିତରେ ଶୋଇଥିବା ବେଳେ ଅହମ୍ମଦ ପେଟ୍ରୋଲ ଆଣି କାର୍ ଉପରେ ଢ଼ାଳି ନିଆଁ ଲଗାଇ ଦେଇଥିଲା। ନିଆଁ ଦେଖି ସନ୍ତୋଷ ବାହାରକୁ ଆସି ଚିତ୍କାର କରି ଆଖପାଖ ଲୋକଙ୍କୁ ଡାକିଥିଲେ। ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଅହମ୍ମଦକୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଖଲି ଗତ କିଛି ମାସ ହେବ ସନ୍ତୋଷଙ୍କ କାର୍ ଚଳାଉଥିଲେ। ନିଶା ସେବନ କରି କାର୍ ଚଳାଉଥିବାରୁ ବାରମ୍ବାର ଦୁର୍ଘଟଣା ହେଉଥିଲା। ଏନେଇ ସେ ଖଲିକୁ ଚାକିରିରୁ ବାହାର କରିଦେଇଥିଲେ। ତେଣୁ ପ୍ରତିଶୋଧ ନେବା ପାଇଁ ଅହମ୍ମଦ ଏପରି କାଣ୍ଡ ଘଟାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us