ଦୁଇ ଭଣଜା ମିଶି ମାଈଁଙ୍କୁ କଲେ ଗର୍ଭବତୀ, ଗର୍ଭପାତ ବି କରାଇଲେ, ତା’ପରେ କ’ଣ ହେଲା ଜାଣନ୍ତୁ

Advertisment
ଦୁଇ ଭଣଜା ମିଶି ମାଈଁଙ୍କୁ କଲେ ଗର୍ଭବତୀ, ଗର୍ଭପାତ ବି କରାଇଲେ, ତା’ପରେ କ’ଣ ହେଲା ଜାଣନ୍ତୁ

ନୋଏଡା: ନୋଏଡାର ସେକ୍ଟର-୪୯ ଅଞ୍ଚଳରେ ଘଟିଛି ଏକ ଅଜବ ଘଟଣା। ଜଣେ ବିଧବା ମହିଳା ନୋଏଡାର ସେକ୍ଟର-୪୯ ଅଞ୍ଚଳରେ ରହନ୍ତି। ପ୍ରାୟ ଦୁଇ ବର୍ଷ ପୂର୍ବରୁ ତାଙ୍କର ସ୍ୱାମୀ ଏକ ରୋଗରେ ଆକ୍ରାନ୍ତ ହୋଇ ପରଲୋକ ଗମନ କରିଥିଲେ।
ଏହି ବିଧବା ମହିଳା (୪୦) ଙ୍କର କୌଣସି ସନ୍ତାନ ସନ୍ତତି ନାହାନ୍ତି । ସେ ଘରେ ପ୍ରାୟତଃ ଏକାକୀ ରହନ୍ତି । ତାଙ୍କ ଉପରେ ଖରାପ ନଜର ପକାଇଥିଲା ଭଣଜା ଶିବ ପ୍ରକାଶ। ୨୦୧୭ ମସିହା ଅଗଷ୍ଟ ମାସରେ ମହିଳା ଜଣକ ସ୍ନାନାଗାରରେ ସ୍ନାନ କରୁଥିବାର ଏକ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିଲା ଶିବ ପ୍ରକାଶ।
ଶିବ ପ୍ରକାଶ ବିଧବା ମାଇଁଙ୍କୁ ଏହି ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରି ତାଙ୍କ ସହ ଶାରୀରିକ ସଂପର୍କ ରଖିଲା। କାହାରିକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଲା ଭଣଜା ଶିବ ପ୍ରକାଶ। ଏହି ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବାର ଧମକ ବି ଦେଲା।
କଥା ସେଇଠି ଅଟକି ନଥିଲା। ଏହାପରେ ଶିବ ପ୍ରକାଶ ତାର ସାନ ଭାଇ ଆଶିଷ ପ୍ରକାଶ ସହିତ ମିଶି ଗଣଦୁଷ୍କର୍ମ ବି କରିଲା। ତା’ପରେ ବିଧବା ମାଇଁ ଗର୍ଭବତୀ ହୋଇଗଲେ। ଦୁଇ ଭଣଜା ମାଇଁଙ୍କର ଗର୍ଭପାତ ବି କରାଇଲେ।

publive-imageଏଥିରେ ଅତିଷ୍ଠ ହୋଇ ବିଧବା ମାଇଁ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଲେ। ଏବେ ଶିବ ପ୍ରକାଶ ଓ ଆଶିଷ ପ୍ରକାଶ ଫେରାର୍‌ ଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe