୧୯ ବର୍ଷୀୟ ଯୁବତୀଙ୍କ ସାମ୍ନାରେ ଅଟୋରେ ବସି ଅଟୋ ଚାଳକ କରୁଥିଲେ ଏହି କାମ, ପୁଲିସ ଆରମ୍ଭ କଲା ତଦନ୍ତ

Advertisment
୧୯ ବର୍ଷୀୟ ଯୁବତୀଙ୍କ ସାମ୍ନାରେ ଅଟୋରେ ବସି ଅଟୋ ଚାଳକ କରୁଥିଲେ ଏହି କାମ, ପୁଲିସ ଆରମ୍ଭ କଲା ତଦନ୍ତ

Globalpunjab

ମୁମ୍ବାଇ: ଜଣେ ୧୯ ବର୍ଷୀୟା ଯୁବତୀ ଅଭିଯୋଗ କରିଛନ୍ତି ଯେ ଜଣେ ଅଟୋ ଚାଳକ ତାଙ୍କ ସାମ୍ନାରେ ହସ୍ତମୈଥୁନ କରିଛନ୍ତି। ଏହି ମାମଲାର ତଦନ୍ତ ଆରମ୍ଭ କରି ପୁଲିସ ଆଖପାଖର ସିସିଟିଭି ଫୁଟେଜର ଯାଞ୍ଚ କରୁଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ , ମୁମ୍ବାଇର ହୀରାନନ୍ଦାନୀ ଅଞ୍ଚଳରେ ଜଣେ ମ୍ୟାନେଜମେଣ୍ଟ୍‌ ଛାତ୍ରୀ ଜଗିଂ କରିବାକୁ ପ୍ରାୟ ୧୧ଟା ୫୪ ମିନିଟ୍‌ରେ ବାହାରିଥିଲେ। ସେ ହ୍ରଦ ଆଡକୁ ଦୌଡୁଥିଲେ। ସେହି ସମୟରେ ଛାତ୍ରୀ ଜଣକ ଲକ୍ଷ୍ୟ କରିଥିଲେ ଯେ ଜଣେ ଅଟୋ ଚାଳକ ତାଙ୍କୁ ଖରାପ ନଜରରେ ଦେଖୁଛନ୍ତି। ସେହି ଅଟୋ ଚାଳକଙ୍କ ମୁହଁରେ ଦାଢ଼ି ଥିଲା ଏବଂ ସେ ୟୁନିଫର୍ମ ବି ପିନ୍ଧିଥିଲେ।

publive-image photo-navbharattimes

ତା’ପରେ ସେ ସେହି ଅଟୋ ଚାଳକର ହାବଭାବ ଦେଖି ଡରି ଯାଇ ନିକଟରେ ଥିବା ବ୍ୟାଙ୍କ୍‌ ଏଟିଏମ୍‌ ପାଖରେ ବସିଯାଇଥିଲେ। ସେହି ସମୟରେ ସେ ହଠାତ୍‌ ଦେଖିଲେ ଯେ ଅଟୋ ଚାଳକ ନିଜ ଅଟୋରେ ବସି ହସ୍ତମୈଥୁନ କରୁଥିଲେ। ସେ ଏତେ ଭୟଭୀତ ହୋଇଥିଲେ ଯେ ଅଟୋର ନମ୍ବର ମଧ୍ୟ ଲେଖି ପାରି ନଥିଲେ। ୨୦୧୫ରୁ ଛାତ୍ରୀ ଜଣକ ମୁମ୍ବାଇରେ ଥିଲେ ମଧ୍ୟ ତାଙ୍କ ସହ ଏଭଳି ଘଟଣା ଆଗରୁ କେବେ ବି ଘଟି ନ ଥିଲା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe