ଗୋରୁ ବେପାରୀଙ୍କୁ ହତ୍ୟା, ଅଟୋ ଚାଳକ ଗିରଫ

Advertisment

ଗୋରୁ ବେପାରୀଙ୍କୁ ହତ୍ୟା ଘଟଣାରେ କେନ୍ଦୁଝର ଟାଉନ ପୁଲିସ ହରିଚନ୍ଦନପୁର ଥାନା ହୁଣ୍ଡା ପଞ୍ଚାୟତ ବାଉଁଶପାଳ ଗ୍ରାମର ଅଟୋ ଚାଳକ ସିପୁନ ବେହେରାକୁ କୋର୍ଟଚାଲାଣ କରିଛି।

ଗୋରୁ ବେପାରୀଙ୍କୁ ହତ୍ୟା ଘଟଣାରେ କେନ୍ଦୁଝର ଟାଉନ ପୁଲିସ ହରିଚନ୍ଦନପୁର ଥାନା ହୁଣ୍ଡା ପଞ୍ଚାୟତ ବାଉଁଶପାଳ ଗ୍ରାମର ଅଟୋ ଚାଳକ ସିପୁନ ବେହେରାକୁ କୋର୍ଟଚାଲାଣ କରିଛି।

auto driver

କେନ୍ଦୁଝର: ଗୋରୁ ବେପାରୀଙ୍କୁ ହତ୍ୟା ଘଟଣାରେ କେନ୍ଦୁଝର ଟାଉନ ପୁଲିସ ହରିଚନ୍ଦନପୁର ଥାନା ହୁଣ୍ଡା ପଞ୍ଚାୟତ ବାଉଁଶପାଳ ଗ୍ରାମର ଅଟୋ ଚାଳକ ସିପୁନ ବେହେରାକୁ କୋର୍ଟଚାଲାଣ କରିଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଚନ୍ଦନପୁର ଗ୍ରାମର ଗୋରୁ ବେପାରୀ କାଳିଆ ନାଏକ (୫୭) ଗତ ୧୭ ତାରିଖରେ କେନ୍ଦୁଝର ଆସିଥିଲେ।

ଗତକାଲି ଅପରାହ୍‌ଣରେ ଘରକୁ ଯିବାପାଇଁ ବସ୍‌ ନପାଇବାରୁ ଏକ ଅଟୋ ଅଟକାଇଥିଲେ। ଅଟୋ ଚାଳକ ସିପୁନ ବେହେରା ତାଙ୍କୁ ପାଲଲହଡ଼ାରେ ଛାଡ଼ିଦେବାକୁ ୯୦୦ ଟଙ୍କା ଭଡ଼ା କହିଥିଲା। ନେଙ୍କଡ଼ାଘର ନିକଟରେ ଅଟୋରେ ସିଏନ୍‌ଜି ଗ୍ୟାସ୍‌ ଭର୍ତ୍ତି କରିବାବେଳେ ସିପୁନ କାଳିଆଙ୍କୁ ଅଗ୍ରିମ ୬୦୦ ଟଙ୍କା ମାଗିଥିଲେ। ଏହି ସମୟରେ ତାଙ୍କ ପାଖରେ ୨ ବିଡ଼ା ଟଙ୍କା ଥିବା ଦେଖିବାକୁ ପାଇଥିଲେ। ପରେ ସିପୁନ ନରଣପୁର ମଦ ଦୋକାନରୁ ମଦ କିଣି କାଳିଆକୁ ପିଇବାକୁ ଦେଇଥିଲା। ବାଟରେ ବାୟାପଣ୍ଡାଦର ଠାରୁ ୫ଶହ ମିଟର ଦୂର କାଞ୍ଜିପାଣି ରାସ୍ତାରେ ସିପୁନି ଏକ ଗାମୁଛା ସାହାଯ୍ୟରେ କାଳିଆଙ୍କ ମୁହଁ ଚାପି ଧରି ତାଙ୍କୁ ହତ୍ୟା କରିବା ପରେ ଟଙ୍କା ଲୁଟି ନେଇଥିଲା।

କାଳିଆ ପାଲଲହଡ଼ାରେ ନ ପହଞ୍ଚିବାରୁ ୧୯ ତାରିଖରେ ପୁଅ ରାହାସ ନାଏକ କେନ୍ଦୁଝର ଟାଉନ ଥାନାରେ ବାପା ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ଏହି ଘଟଣାରେ ପୁଲିସ ପ୍ରଥମେ ଦୁଇଜଣକୁ ଆଣି ପଚରାଉଚରା କରିବା ପରେ ସେମାନଙ୍କ ସୂଚନା ଆଧାରରେ ଅଭିଯୁକ୍ତ ସିପୁନକୁ ଗିରଫ କରିଥିଲା। ସିପୁନ ଟଙ୍କା ପାଇଁ କାଳିଆଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। କାଳିଆଙ୍କ ପାଖରେ ୯୦ ହଜାର ଟଙ୍କା ଥିଲା। ଉକ୍ତ ଟଙ୍କାରୁ ସେ ଅଟୋ କିସ୍ତି ବାବଦକୁ ୧୫ ହଜାର ଟଙ୍କା ଜମା କରିଥିଲା। ଅବଶିଷ୍ଟ ଅର୍ଥରୁ ୬ ହଜାର ଟଙ୍କା ଖର୍ଚ୍ଚ କରି ବାକି ୬୯ ହଜାର ଟଙ୍କା ମା’ ସୁଶୀଳା ବେହେରାଙ୍କୁ ଦେଇଥିଲା। ପୁଲିସ ଉକ୍ତ ଟଙ୍କା ଓ ହତ୍ୟାରେ ବ୍ୟବହୃତ ଅଟୋକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe