ଅଟୋ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ଦାମୀ ଗାଡ଼ି ଉପରେ ପରିସ୍ରା କଲେ, ବିରୋଧ କରିବାରୁ ସୁରକ୍ଷା କର୍ମୀଙ୍କ ଦେହରେ ନିଆଁ ଲଗାଇ ଦେଲେ

ଅଟୋ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ଦାମୀ ଗାଡ଼ି ଉପରେ ପରିସ୍ରା କଲେ, ବିରୋଧ କରିବାରୁ ସୁରକ୍ଷା କର୍ମୀଙ୍କ ଦେହରେ ନିଆଁ ଲଗାଇ ଦେଲେ

ପୁଣେ: ପୁଣେଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଅଟୋ ଚାଳକ ଏକ କାର୍‌ରେ ପରିଶ୍ରା କରୁଥିବା ବେଳେ ତାଙ୍କୁ ଜଣେ ସୁରକ୍ଷା କର୍ମୀ‌ ଅଟକାଇବାରୁ ସେ ଉକ୍ତ ସୁରକ୍ଷା କର୍ମୀଙ୍କ‌ ଉପରକୁ ତେଲ ପକାଇ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସୁରକ୍ଷା କର୍ମୀ ଜଣକ ପୁଣେର ଏକ ଘରୋଇ ସଂସ୍ଥାରେ ଜଗିଥିବା ଅବସ୍ଥାରେ ସଂସ୍ଥାର ମାଲିକଙ୍କ ଦାମୀ କାର୍‌ରେ ଜଣେ ଅଟୋ ଚାଳକ ପରିଶ୍ରା କରିଥିଲେ। ତାଙ୍କୁ ଏପରି କରିବାକୁ ମନା କରିବାରୁ ଅଟୋ ଚାଳକ ଜଣକ ରାଗରେ ଆସି ସୁରକ୍ଷା କର୍ମୀ‌ଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।

ମହାରାଷ୍ଟ୍ରର ପୁଣେସ୍ଥିତ ଭୋସରୀ ଶିଳ୍ପାଞ୍ଚଳରେ ମଙ୍ଗଳବାର ଦିନ ପ୍ରାୟ ୧ ଟା ସମୟରେ ଘଟିଥିବା ଏହି ଘଟଣାରେ ୪୧ ବର୍ଷ ବୟସ୍କ ସୁରକ୍ଷା କର୍ମୀ‌ ଶଙ୍କର ପୋଡ଼ି ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି।

ପରେ ଅଟୋ ରିକ୍ସା ଡ୍ରାଇଭର ମହେନ୍ଦ୍ର ବାଲୁ କାଦାମ (୩୧) ଙ୍କୁ ଗିରଫ କରାଯାଇ ଭାରତୀୟ ଦଣ୍ଡବିଧି ଧାରା ୩୦୭ (ହତ୍ୟା ଉଦ୍ୟମ) ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ବୁକ୍ କରାଯାଇଛି ବୋଲି ଜଣେ ପୁଲିସ୍‌ ଅଧିକାରୀ ପିଟିଆଇକୁ ଜଣାଇଛନ୍ତି।

ମଙ୍ଗଳବାର ଅପରାହ୍ନରେ ସୁରକ୍ଷା କର୍ମୀ‌ ଜଣକ ଫାର୍ମର ମୁଖ୍ୟ ଫାଟକରେ ଡ୍ୟୁଟିରେ ଥିଲେ। ସେଠାରୁ ଯାଉଥିବା କାଦମ ସେଠାରେ ଅଟୋ-ରିକ୍ସା ବନ୍ଦ କରି ଫାର୍ମର ମାଲିକଙ୍କ ଦାମୀ କାର୍‌ ଉପରେ ପରିଶ୍ରା କରିବା ଆରମ୍ଭ କରି ଦେଇଥିଲେ। ସୁରକ୍ଷା କର୍ମୀ ଜଣକୁ ତାଙ୍କୁ ଅଟକାଇବାରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ପରେ ସମୟ ପ୍ରାୟ ୪.୩୦ରେ ଅଟୋ ଚାଳକ ଜଣକ ପେଟ୍ରୋଲ୍‌ ଆଣି ସୁରକ୍ଷା କର୍ମୀ‌ଙ୍କ ‌ଶରୀରରେ ଢାଳି ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe