ଅଟୋ ଧକ୍କାରେ ବରିଷ୍ଠ ନାଗରିକ ଆହତ

Advertisment

ଚାଳକ ଗିରଫ ଓ ଅଟୋ ଜବତ

ଚାଳକ ଗିରଫ ଓ ଅଟୋ ଜବତ

ଅଟୋ ଧକ୍କାରେ ବରିଷ୍ଠ ନାଗରିକ ଆହତ

ଭୁବନେଶ୍ୱର : ଇଏସ୍‌ଆଇ ହସ୍ପିଟାଲ ସମ୍ମୁଖରେ ଅଟୋ ଧକ୍କା ଯୋଗୁଁ ଜଣେ ବରିଷ୍ଠ ନାଗରିକ ଆହତ ହୋଇଛନ୍ତି। ନୂଆପଲ୍ଲୀ ଥାନା ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଅଟୋ ଚାଳକ ମଜୁହର ଅଲ୍ଲୀକୁ ଗିରଫ କରିଛି।

ସୂଚନା ମୁତାବକ, ଶନିବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ମଜୁହର ଦ୍ରୁତ ଗତିରେ ଅଟୋ ଚଳାଇ ଯାଉଥିବାବେଳେ ଇଏସ୍‌ଆଇ ହସ୍ପିଟାଲ ସମ୍ମୁଖରେ ଜଣେ ବରିଷ୍ଠ ନାଗରିକଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ବରିଷ୍ଠ ନାଗରିକ ଜଣଙ୍କ ଆହତ ହୋଇଥିଲେ। ସେଠାରେ ଥିବା ଲୋକମାନେ ଧାଇଁଆସି ତାଙ୍କୁ ଉଦ୍ଧାର କରିବା ସହ ଅଟୋ ଚାଳକକୁ ଅଟକ ରଖିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମଜୁହରକୁ ଗିରଫ କରିଥିଲା ଏବଂ ଅଟୋକୁ ଜବତ କରି ଥାନାକୁ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe