ଗୋଟିଏ ମେସେଜ ପାଇଁ ଚତୁର୍ଥୀ ପୂର୍ବରୁ ନବଦମ୍ପତିଙ୍କ ଚାଲିଗଲା ଜୀବନ

ମୋବାଇଲକୁ ଆସିଥିବା ଏକ ମେସେଜ ପାଇଁ ସଂସାର ଆରମ୍ଭ କରିବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜି ଦେଲେ ନବଦମ୍ପତି। ପୁଲିସ କରୁଛି ଘଟଣାର ଯାଞ୍ଚ। ନବବଧୂ ଜୀବନ ବଞ୍ଚାଇବା ପାଇଁ କରିଥିଲେ ଅନେକ ଉଦ୍ୟମ।

ିୀ୍ତୀ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟା ଜିଲ୍ଲାରେ ଚତୁର୍ଥୀ ପୂର୍ବରୁ ନବଦମ୍ପତିଙ୍କ ମୃତ୍ୟୁ ‌ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।  ଚତୁର୍ଥୀ ପୂର୍ବରୁ ନବଦମ୍ପତିଙ୍କ ମୃତ୍ୟୁର କାରଣ କ’ଣ ହୋଇପାରେ ସେ ନେଇ ଦୁଇପରିବାର ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। 

ନବଦମ୍ପତିଙ୍କ ମୃତ୍ୟୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିଛି ଯେ,  ନବବଧୂ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। କିନ୍ତୁ ସେ ତାଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ।’ 

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ବାସିନ୍ଦା ଥିବା ଶିବାନୀଙ୍କର ବିବାହ ମାର୍ଚ୍ଚ ୭ତାରିଖରେ ଅଯୋଧ୍ୟାର ପ୍ରଦୀପଙ୍କ ସହ ହୋଇଥିଲା। ମାର୍ଚ୍ଚ ୮ ତାରିଖରେ ଶିବାନୀ ବାପ ଘରୁ ବିଦା ହୋଇ ଶାଶୁଘରେ ପହଞ୍ଚିଥିଲେ। ଏହି ଦିନ ରାତିରେ ଦୁହିଁଙ୍କ ମଧ୍ୟରେ ଏକ ମେସେଜକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ପରେ ରାଗରେ ପ୍ରଦୀପ ଶିବାନୀଙ୍କୁ ହତ୍ୟା କରିବା ପରେ ନିଜେ ଜୀବନ ହାରି ଦେଇଥିଲେ। ଶିବାନୀଙ୍କ ହତ୍ୟାର ୧ ଘଣ୍ଟା ପରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା।

ପୁଲିସ ପ୍ରଦୀପଙ୍କ ମୋବାଇଲରୁ ଏକ ମେସେଜ ପାଇଛି, ଯେଉଁଥିରେ ଲେଖା ଅଛି, 'କିପରି ଅଛ?' ତୁମେ ମୋତେ ଛାଡି ଭଲ କରିନାହଁ।’

ପୁଲିସ ସନ୍ଦେହ କରୁଛି କି ଏହି ମେସେଜ ପାଇଁ ଶିବାନୀ ଓ ପ୍ରଦୀପଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥାଇପାରେ। ଶିବାନୀ ପ୍ରଦୀପଙ୍କ ମେସେଜ ପଢ଼ି ଦେବାକୁ ସେ ରାଗରେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି। ତେଣୁ ପୁଲିସ ଏ ମେସେଜ କିଏ ଓ କେଉଁ କାରଣରୁ ପଠାଇଥିଲେ ସେ ଦିଗରେ ଯାଞ୍ଚ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe