ଚତୁର୍ଥୀ ପୂର୍ବରୁ ଜୀବନ ହାରି ଦେଲେ ନବଦମ୍ପତି

Advertisment

ବିବାହ ଭୋଜି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଜୀବନ ହାରିଦେଲେ ନବଦମ୍ପତି। ଦୁଇ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼। ବର ଓ ବଧୂଙ୍କ ହଠାତ ଏଭଳି ମୃତ୍ୟୁକୁ ନେଇ ପୁଲିସ ଘଟଣାର ଯାଞ୍ଚ କରୁଛି।

ବିବାହ ଭୋଜି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଜୀବନ ହାରିଦେଲେ ନବଦମ୍ପତି। ଦୁଇ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼। ବର ଓ ବଧୂଙ୍କ ହଠାତ ଏଭଳି ମୃତ୍ୟୁକୁ ନେଇ ପୁଲିସ ଘଟଣାର ଯାଞ୍ଚ କରୁଛି।

WET

ନୂଆଦିଲ୍ଲୀ: ଅଯୋଧ୍ୟାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଧୁମଧାମରେ ବିବାହ ହୋଇଥିଲା କିନ୍ତୁ ବିବାହ ପରଦିନ ବର-ବଧୂ ଜୀବନ ହାରି ଦେବା ଘଟଣାରେ ଦୁଇ ପରିବାର ସଦସ୍ୟ ସ୍ତବ୍ଧ ହୋଇଛନ୍ତି। ହସଖୁସିରେ ପୁରିଥିବା ପରିବାର ଉପ‌ରେ ହଠାତ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା। 

ଏହି ଦୁଃଖଦ ଘଟଣା ମାର୍ଚ୍ଚ ୭ ତାରିଖରେ ସହାଦତଗଞ୍ଜ ମୁରାବନ ଟୋଲାରେ ଘଟିଥିଲା। ମୃତକଙ୍କ ବଡ଼ ଭାଇଙ୍କ କହିବାନୁସାରେ, ରବିବାର ବିବାହ ଭୋଜି ଥିବାରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିଲା। ମୁଁ ପରିବାରର କିଛି ଅନ୍ୟ ସଦସ୍ୟ ଓ ସମ୍ପର୍କୀୟଙ୍କୁ ନେଇ ଭୋଜି ପାଇଁ ପରିବା କିଣିବାକୁ ଯାଇଥିଲି। 

ଏହି ସମୟରେ ଘରୁ ଫୋନ ଆସିଥିଲା। ଆଉ ମୋତେ ଶୀଘ୍ର ଘରେ ପହଞ୍ଚିବାକୁ କୁହାଯାଇଥିଲା। ମୁଁ ପରିବାରପତ୍ର ‌ସେମିତି ବଜାରରେ ଛାଡ଼ି  ଦେଇ ଘରେ ଆସି ପହଞ୍ଚିଲା ବେଳକୁ ସମସ୍ତେ କାନ୍ଦୁଥିଲେ। ପରିସ୍ଥିତି ବୁଝିଲା ବେଳକୁ ଜାଣିବାକୁ ପାଇଲି ସାନଭାଇ ଓ ନବବଧୂଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଦୁହିଁଙ୍କ ମୃତଦେହକୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦିଆଯାଇଥିଲା। 

ପୁଲିସ ଘଟଣାର ଯାଞ୍ଚ କରୁଛି। ଖବର ଲେଖାହେଲା ପର୍ଯ୍ୟନ୍ତ ବର-ବଧୂ ବିବାହ ପରଦିନ କାହିଁକି ଜୀବନ ହାରିଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା। ଯାଞ୍ଚ ପୁରା ହେଲେ ଯାଇ କିଛି ଜଣାପଡ଼ିପାରିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe