ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଆଜମଗଡ଼ରେ ଥିବା ଦିୱାନୀ କଚେରୀ ବାହାରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରୁଥଇବା ବେଳର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଲଢ଼େଇ ସମୟରେ ଜଣେ ପୁଲିସ୍ ହୋମଗାର୍ଡ ମଧ୍ୟ ସେଠାରେ ନଜର ଆସିଛନ୍ତି। ପୁଲିସ୍ ଜଣକ ଅଟକାଇବାକୁ ଯେତେ ଚେଷ୍ଟା କଲେ ବି ସେ ସ୍ବାମୀ-ସ୍ତ୍ରୀ ଦୁହେଁ ପରସ୍ପରଙ୍କୁ ଆକ୍ରମଣ କରୁଥିବା ଭିଡିଓରେ ନଜର ଆସିଛି।
ସୂଚନାରୁ ଜାଣିବାକୁ ମିଳିଛି ଯେ, ଭିଡିଓରେ ହଳଦୀଆ ରଂଗର ପୋଷାକ ପିନ୍ଧିଥିବା ମହିଳାଙ୍କ ବିବାହ ୬ ବର୍ଷ ତଳୁ ହୋଇଥିଲା। ବିବାହ କିଛି ଦିନ ପରେ ହିଁ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲେ। ସେତେବେଳକୁ ସେ ସ୍ବାମୀଙ୍କ ଅଂଶକୁ ନିଜ ଗର୍ଭରେ ଧାରଣ କରି ସାରିଥିଲେ। ମହିଳାଙ୍କର ଏବେ ୫ ବର୍ଷର ଝିଅଟିଏ। ମହିଳା ସେ ସମୟରେ ବହୁ ଖୋଜାଖୋଜି କଲେ ବି ସ୍ବାମୀଙ୍କୁ ପାଇନଥିଲେ।
ନିକଟରେ ତାଙ୍କୁ ଖବର ମିଳିଲା ଯେ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ତାଙ୍କ ସହ ସଂସାର କରି ରହିଛନ୍ତି। ଗତ ଶୁକ୍ରବାର ଏକ ସୂତ୍ରରୁ ମହିଳାଙ୍କ ପରିବାର ଲୋକଙ୍କୁ ଜଣାପଡ଼ିଲା ଯେ ତାଙ୍କ ସ୍ବାମୀ ଦିୱାନୀ କଚେରୀକୁ ଆସିଛନ୍ତି। ଏହି ଖବର ପାଇବା ପରେ ମହିଳା ତାଙ୍କ ଝିଅ ଓ ନିଜ ପରିବାର ଲୋକଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଘେରାଉ କରି ପକାଇଥିଲେ। ତାଙ୍କ ସ୍ବାମୀ ରାଗରେ ଆସି ମହିଳାଙ୍କୁ ଉପରକୁ ଆକ୍ରମଣ କରିଥିଲେ।
Follow Us