MIMS
ସିକର : ରାଜସ୍ଥାନ ପୁଲିସ ସିକରରେ ଏକ ଘରୋଇ ହସ୍ପିଟାଲ୍ରୁ ଜଣେ ନକଲି ଡାକ୍ତରକୁ ଗିରଫ କରିଛନ୍ତି। ଗିରଫ ନକଲି ଡାକ୍ତର ନାମ ମାନସିଂହ ବଘେଲ (୪୪) । ଏହି ବ୍ୟକ୍ତି କୃଷ୍ଣ କହ୍ନେୟା କେୟର ହସ୍ପିଟାଲ୍ରୁ ପ୍ରତି ମାସରେ ଏକଲକ୍ଷ ଟଙ୍କାର ବେତନ ବି ନେଇଥାଏ। ଦିନକ ମଧ୍ୟରେ ସେ ପାଖାପାଖି ୨୫ଜଣ ରୋଗୀଙ୍କୁ ଚିକିତ୍ସା କରି ଥାଏ। ଜଣେ ରୋଗୀଙ୍କ ଚିକିତ୍ସା ପରେ ବି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହି ଘଟଣା ପରେ ହସ୍ପିଟାଲ୍ ପ୍ରଶାସନ ଉକ୍ତ ନକଲି ଡାକ୍ତର ଉପରୁ ପରଦା ଉଠାଇବାରେ ସକ୍ଷମ ହୋଇଥିଲେ।
ମାତ୍ର ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ମାନସିଂହ ପାଞ୍ଚ ମାସ ହେବ ସିକରରେ ନକଲି ଡାକ୍ତର ସାଜି ରୋଗୀ ସେବା କରି ଆସୁଥିଲା। ଏହାପୂର୍ବରୁ ସେ ୯ବର୍ଷ ହେବ ଆଗ୍ରା କ୍ଲିନିକ୍ ଚଲାଉଥିଲ। ଏହି ଦୁଇଟି ସ୍ଥାନରେ ସେ ପାଖାପାଖି ୯୦ହଜାର ରୋଗୀଙ୍କ ଯାଞ୍ଚ କରିଥିବା ଜଣାପଡ଼ିଛି।
The Nationଉକ୍ତ ନକଲି ଡାକ୍ତରର କହିବାନୁସାରେ, ସେ ପାଞ୍ଚବର୍ଷ ପୂର୍ବେ ମଥୁରା ଯାଉଥିବା ସମୟରେ ଟ୍ରେନ୍ରେ ଡାକ୍ତର ମନୋଜ କୁମାରଙ୍କ ଡିଗ୍ରି ସାର୍ଟିଫିକେଟ୍ ପଡ଼ିଥିବା ପାଇଥିଲା। ଏହାକୁ ଆଧାର କରି ସେ ବାକି ସମସ୍ତ ନକଲି ପରିଚୟ ପତ୍ର ବାହାର କରିଥିଲା। ଏହାପରେ ସିକରରେ ରୋଗୀ ସେବା ପାଇଁ ନିୟୋଜିତ ହୋଇ ଯାଇଥିଲା। ସେ ଏଠାରେ ସମସ୍ତ ରୋଗୀଙ୍କୁ ଏକା ଭଳି ଔଷଧ ଦେଇ ଆସୁଥିବା କଥା ସ୍ୱୀକାର କରିଛି। କେବଳ ଏତିକି ନୁହେଁ ଚିକିତ୍ସା ପାଇଁ ସେ ଅଧିକାଂଶ ସମୟରେ ଘରୋଇ ଉପାୟ ସବୁ ଆପଣାଇଥାଏ। ମାନସିଂହ ସମସ୍ତ ରୋଗୀଙ୍କୁ ପ୍ରାୟ ପାରାସିଟାମଲ୍ ଭଳି ସାମାନ୍ୟ ଔଷଧ ଲେଖୁଥିଲା।
ଜୁନ୍ର ଦ୍ୱିତୀୟ ସପ୍ତାହରେ ଜଣେ ମହିଳା ହୃଦୟରୋଗର ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଆସି ପହଞ୍ଚିଥିଲେ। ସେ ଉକ୍ତ ମହିଳାଙ୍କ ଚିକିତ୍ସା କରିଥିଲେ ହେଁ ସ୍ୱାସ୍ଥାବସ୍ଥା ବିଗିଡ଼ିବାକୁ ଲାଗିଥିଲା। ତାଙ୍କୁ ଅନ୍ୟ ଡାକ୍ତରଖାନା ସ୍ଥାନାନ୍ତର କରି ଦିଆଯାଇଥିଲା।
Weird Asia Newsଏଠାରେ ହସ୍ପିଟାଲ୍ ପ୍ରଶାସନ ଯେତେବେଳେ ମାନସିଂହ ବଘେଲଙ୍କ ପରିଚୟ ପତ୍ର ଯାଞ୍ଚ କରିଥିଲେ ତାଙ୍କର ଅନ୍ୟ ପରିଚୟ ମିଳିଥିଲା। ସେ ମୂଳଭାବେ ଆଗ୍ରାରେ ବସବାସ କରୁଥିବା ଜଣାପଡ଼ିଥିଲା। ଅସଲ ଡାକ୍ତର ମନୋଜ କୁମାର ହରିୟାଣାର ପଲବଲ ଜିଲ୍ଲା ସହାରା ହସ୍ପିଟାଲ୍ରେ ଥିଲେ। ତାଙ୍କ ପତ୍ନୀ ପ୍ରିୟାଙ୍କ ବି ଜଣେ ଡାକ୍ତର। ତାଙ୍କ ଡିଗ୍ରି ନାମରେ ନକଲି ଭାବେ ମାନସିଂହ ଚାକିରି କରିବାର ସେ ସୂଚନା ପାଇବା ପରେ ସେ ସିକର ଆସିଥିଲେ। ମନୋଜ କୁମାର କହିଥିଲେ କି ତାଙ୍କ ବ୍ୟାଗ୍ ୨୦୦୫ରେ ବସ୍ରୁ ଚୋରି ହୋଇଯାଇଥିଲା। ସେ ଏନେଇ ଅଭିଯୋଗ ବି କରିଥିଲେ। ପୁଲିସ ଏବେ ଏହି ମାମଲାର ଯାଞ୍ଚ କରୁଛି।
Follow Us