ସୁନା ଅଳଙ୍କାରକୁ ଦୁଇଗୁଣା କରିଦେବେ ବୋଲି ବିଶ୍ୱାସ ଜନ୍ମାଇ ମହିଳାଙ୍କୁ ଏମିତି ଠକିଲେ ଭଣ୍ଡ ବାବା

Advertisment
ସୁନା ଅଳଙ୍କାରକୁ ଦୁଇଗୁଣା କରିଦେବେ ବୋଲି ବିଶ୍ୱାସ ଜନ୍ମାଇ ମହିଳାଙ୍କୁ ଏମିତି ଠକିଲେ ଭଣ୍ଡ ବାବା

ନୂଆଦିଲ୍ଲୀ : ଧର୍ମ ବିଶ୍ୱାସ ନାଆଁରେ କେତେକ ବାବା ଭଣ୍ଡାମି କରୁଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। ଜଣେ ଭଣ୍ଡବାବା ଜଣେ ମହିଳାଙ୍କୁ ଏଭଳି ଏକ ଉପାୟରେ ଠକିଥିବାର ଘଟଣା ନଜରକୁ ଆସିଛି ଦିଲ୍ଲୀରେ।
ପୁଲିସର ସୂଚନା ଅନୁଯାୟୀ ୫୦ ବର୍ଷୀୟା ମହିଳା ଲକ୍ଷ୍ମୀ ଫର୍ସ ବଜାର ଅଞ୍ଚଳରେ ରହନ୍ତି। ସେ ଦ୍ୱିପହରରେ କୃଷ୍ଣା ନଗର ମେନରୋଡରୁ ନିଜ ଘରକୁ ଯାଉଥିଲେ। ସେହି ରାସ୍ତାରେ ଜଣେ ବାବା ଦେଖା ହେଲେ ତାଙ୍କର। ସେହି ବାବାଙ୍କ ସହିତ ଜଣେ ଯୁବକ ବି ଥିଲେ। ସେହି ବାବା କହିଲେ ଯେ ସେ ସୁନା ଅଳଙ୍କାରକୁ ଦୁଇ ଗୁଣା କରିପାରନ୍ତି। ବାବା ଓ ଚେଲା କହିଲେ ମହିଳା ଯଦି ପାଖରେ ପଡ଼ିଥିବା ସତଟି ଗୋଡ଼ି ଆଣିବେ,ତେବେ ସେ ସୁନା ଅଳଙ୍କାରକୁ ଦୁଇ ଗୁଣା କରିଦେବେ,ଏହାପରେ ମହିଳା ନିଜ ଦେହରେ ଥିବା ସବୁ ଅଳଙ୍କାର କାଢି ନେଇ ବାବାଙ୍କୁ ଦେଲେ।

ତା’ପରେ ମହିଳାଜଣକ ପାଖରେ ପଡ଼ିଥିବା ଗୋଡ଼ି ଖୋଜିବା ଲାଗି ଗଲେ। ମହିଳା ସେଠାରୁ ଯିବା ମାତ୍ରେ ବାବା ଓ ଚେଲା ସୁନା ଅଳଙ୍କାରତକ ନେଇ ସେଠାରୁ ପଳାଇଥିଲେ। ତା’ପରେ ମହିଳା ଜାଣିପାରିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି। ଏହାପରେ ସେ ପୁଲିସ ନିକଟରେ ଅଭିଯୋଗ କଲେ ଓ ମାମଲା ରୁଜ୍ଜୁ କରାଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe