ମୃତ୍ୟୁ ପୂର୍ବରୁ ସିଦ୍ଦିକିଙ୍କ ଶେଷ କଥା ଥିଲା ଏପରି

Advertisment

କାର୍ଯ୍ୟାଳୟରୁ ବାହାରିବା ସମୟରେ ଗୁଳିମାଡ଼ର ଶିକାର ହୋଇଥିବା ସିଦ୍ଦିକି ମୃତ୍ୟୁର କିଛିସମୟ ପୂର୍ବରୁ କହିଥିଲେ,‘ ମୋ ଶରୀରରେ ଗୁଳି ବାଜିଛି, ମୁଁ ଆଉ ବଞ୍ଚିବି ନାହିଁ ... ମୁଁ ମରିଯିବି।’ 

କାର୍ଯ୍ୟାଳୟରୁ ବାହାରିବା ସମୟରେ ଗୁଳିମାଡ଼ର ଶିକାର ହୋଇଥିବା ସିଦ୍ଦିକି ମୃତ୍ୟୁର କିଛିସମୟ ପୂର୍ବରୁ କହିଥିଲେ,‘ ମୋ ଶରୀରରେ ଗୁଳି ବାଜିଛି, ମୁଁ ଆଉ ବଞ୍ଚିବି ନାହିଁ ... ମୁଁ ମରିଯିବି।’ 

wqrwq


ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କୁ ଅକ୍ଟୋବର ୧୨ ତାରିଖ ଦିନ ରାସ୍ତାରେ ଗୁଳିକରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଦେଶ ତଥା ଦେଶ ବାହାରେ ଲୋକମାନେ ସ୍ବବ୍ଧ ହୋଇଯାଇଛନ୍ତି। ସିଦ୍ଦିକିଙ୍କ ହତ୍ୟା ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ୩ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଗୁଳିମାଡ଼ର ଶିକାର ହେବାପରେ ସିଦ୍ଦିକିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁପୂର୍ବରୁ ସିଦ୍ଦିକି କହିଥିବା କଥା ଏବେ ସାମ୍ନାକୁ ଆସିଛି। କୁହାଯାଉଛି ମୃତ୍ୟୁର କିଛିସମୟ ପୂର୍ବରୁ, ‘ ସିଦ୍ଦିକି କହିଥିଲେ ମୋ ଶରୀରରେ ଗୁଳି ବାଜିଛି, ମୁଁ ଆଉ ବଞ୍ଚିବି ନାହିଁ ... ମୁଁ ମରିଯିବି। 

ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରି ପୁଲିସ ଜାଣିବାକୁ ପାଇଛି ଯେ ସୁଟରମାନେ ବାବା ସିଦ୍ଦିକିଙ୍କୁ ଅଧ ଘଣ୍ଟାରୁ ଅଧିକ ସମୟଧରି ଗୁଳି କରିବା ପାଇଁ ଅପେକ୍ଷା କରି ରହିଥିଲେ।ଏମିତି କି ଦଶହରା ଅବସରରେ ମଗଣାରେ ବଣ୍ଟା ଯାଉଥିବା ସରବତ ବି ପିଇଥିଲେ ସିଦ୍ଦିକିଙ୍କ ସୁଟରମାନେ।

 ପୁଲିସ ସୂତ୍ରରୁ ପ୍ରକାଶ, ସିଦ୍ଦିକି ତାଙ୍କ ପାର୍ଟିର କର୍ମକର୍ତ୍ତା, ଜଣେ ପୁଲିସ ବର୍ଡିଗାର୍ଡ ଓ କାର ଚାଳକଙ୍କ ସହିତ କାର୍ଯ୍ୟାଳୟରୁ ବାହାରୁଥିବା ସମୟରେ ସୁଟରମାନେ ତାଙ୍କ ଉପରକୁ ଗୁଳି ଚଲାଇଥିଲେ। ସେ କାର ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ସୁଟରଙ୍କ ଗୁଳିର ସେ ଶିକାର ହୋଇ ଯାଇଥିଲେ। ଏହି ସମୟରେ ଦଳର ଜଣେ କର୍ମଚାରୀ ବାବା ସିଦ୍ଦିକିଙ୍କୁ ଧରି ପୁଲିସ ଅଧିକାରୀଙ୍କ ସହିତ କାର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଏହି ସମୟରେ ଗୁଳିମାଡ଼ର ଶିକାର ହୋଇ ରକ୍ତରେ ଭିସି ଯାଇଥିବା ସିଦ୍ଦିକି ଅତି କଷ୍ଟରେ ଲୁହଭରା ଆଖରେ  କହିଲେ, ‘ ମୋ ଶରୀରରେ ଗୁଳି ବାଜିଛି। ମୁଁ ଆଉ ବଞ୍ଚିବି ନାହିଁ ... ମୁଁ ମରିଯିବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe