ବାଲେଶ୍ବରରୁ ବଳଙ୍ଗା 'ନିଆଁ ନିର୍ଯାତନା': ନିଆଁରେ ଲେଖା କି ନାରୀର ଜୀବନ...? ନିନ୍ଦା କରି ଘେରିଲେ ବିରୋଧୀ

ନିଇତି ଆଉ କେତେ ନିର୍ଯାତନାର ଖବର ଶୁଣିବ ଏ କାନ ? ପ୍ରତିଦିନ ଆଉ କେତେ ଜାଳିବା, ଜଳିବାର ଖବର ଦେଖିବ ଏ ଆଖି ? ବିହାର, ୟୁପି ଭଳି ବଦଳୁଛି ଓଡିଶାର ଚିତ୍ର । ଏଥିପାଇଁ କିଏ ଦାୟୀ ? ଯେଉଁଠି ଶାନ୍ତି ନାହିଁ, ଦିନରେ ବି ଅସୁରକ୍ଷିତ ନାରୀ, ତାକୁ କଣ ସୁନାର ବୋଲି କହିହେବ କି ? ସରକାରଙ୍କୁ ପଚାରୁଛନ୍ତି ଜନତା...

New Project (3)

ଭୁବନେଶ୍ବର: ନିଆଁ.. ନିଆଁ.. ନିଆଁ.. ନିଆଁ ଆଁରେ ନାରୀ.. କେଉଁଠି ନିଜେ ଜଳୁଛି ତ ପୁଣି କେଉଁଠି ତାକୁ ଜାଳି ଦିଆଯାଉଛି । ଏଇତ ଗତ ଶନିବାର ଦିନ ବାଲେଶ୍ବରରେ ଆତ୍ମାହୁତି ଦେଇଥିଲେ ଛାତ୍ରୀ । ନ୍ୟାୟ ମାଗି ମାଗି ନିରାଶ ହେବା ପରେ ନିଜ ଦେହରେ ପେଟ୍ରୋଲ ଢାଳି କଲେଜ କ୍ୟାମ୍ପସରେ ନିଜକୁ ଜାଳି ଦେଇଥିଲେ । ୯୫ ପ୍ରତିଶତ ମରିଯାଇଥିବା ଏବଂ ୫ ପ୍ରତିଶତ ଜୀବିତ ଥିବା ଜଣେ ଝିଅକୁ ଏମ୍ସ ଅଣାଯାଇଥିଲେ ବି ସେଠାରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲା.. ଆଉ ସେହି ଛାତିଥରା ଘଟଣାକୁ ଆଜି ସପ୍ତାହେ ପୂରିଥିବା ବେଳେ ପୁଣି ଏକ ଲୋମଟାଙ୍କୁରା ଘଟଣା ଆସିଛି ନିମାପଡା ବଳଙ୍ଗାରୁ.. ଯେଉଁଠି ଜଣେ ନାବାଳିକାକୁ ଜାଳିଦିଆଯାଇଛି । ୩ ଜଣ ଦୁର୍ବୃତ୍ତ ପେଟ୍ରୋଲ ପକାଇ ନାବାଳିକାଙ୍କୁ ଜାଳି ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇ ବର୍ଣ୍ଣ ୟୁନିଟରେ ଚିକିତ୍ସା କରାଯାଉଛି ।

ପ୍ରାୟ ୧୫ ବର୍ଷର ନାବାଳିକା ଜଣଙ୍କୁ ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳିଦେବାରୁ ତାଙ୍କ ଦେହର ୭୦ ପ୍ରତିଶତ ପୋଡିଯାଇଛି । ଗୁରୁତର ନାବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ସେପଟେ ନାବାଳିକା ଜଣଙ୍କ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ ବୋଲି ସୂଚନା ମିଳିଛି । ନାବାଳିକାଙ୍କ ପରିବାରକୁ ପ୍ରଶାସନର ସାହାଯ୍ୟ ମିଳିଛି । ପୁରୀ ଉପ ଜିଲ୍ଲାପାଳ ୩୦ ହଜାର ଟଙ୍କାର ଚେକ ଦେବା ସହ ନିମାପଡା ବିଡ଼ିଓ ୧୫ ହଜାର ଟଙ୍କା ସହାୟତା କରିବା ସହ ପରିବାରକୁ ଭେଟିଛନ୍ତି ।

New Project (3)

ସେପଟେ ବଳଙ୍ଗା ଘଟଣା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏକ୍ସରେ ପୋଷ୍ଟ କରି ଉପମୁଖ୍ୟମନ୍ତ୍ରୀ ଲେଖିଛନ୍ତି-

ଅନ୍ୟପଟେ ବାଲେଶ୍ବର ଘଟଣା ପରେ ପୁଣି ଏକ ନାରୀ ନିର୍ଯାତନାର ଖବର ରାଜ୍ୟରେ ସୃଷ୍ଟି ହୋଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି- ପ୍ରତିଦିନ ମହିଳା ନିର୍ଯାତନାର ଖବର ଆସୁଛି । ଏହା କେବଳ ହିଂସା ନୁହେଁ ବରଂ ହୁଗୁଳା ଶାସନ ବ୍ୟବସ୍ଥାକୁ ଦର୍ଶାଉଛି । ଏ ସରକାରରେ ଅପରାଧୀମାନେ ଦଣ୍ଡକୁ ଭୟ କରୁ ନାହାନ୍ତି । ସରକାରୀ ନିଷ୍କ୍ରିୟତା ପାଇଁ ଓଡ଼ିଶାରେ ନାରୀ ଅସୁରକ୍ଷିତ । କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି କେବେ କାର୍ଯ୍ଯାନୁଷ୍ଠାନ ନେବେ ସରକାର ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ବିଜେଡି ଏବଂ କଂଗ୍ରେସ ବଳଙ୍ଗା ଘଟଣାକୁ ନିନ୍ଦା କରିବା ସହ ବିଜେଡି ମହିଳା କମିଶନ ଅଫିସ ସାମ୍ନାରେ ଆନ୍ଦୋଳନ କରିଛି । ବିଜେଡିର ମହିଳା ନେତ୍ରୀ ଧାରଣା ଦେଇଥିବା ବେଳେ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମହିଳା ବିଜେପି ସରକାରରେ ସୁରକ୍ଷିତ ନୁହେଁ ବୋଲି ସିଧା ସିଧା କହି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଟାର୍ଗେଟ୍ କରିଛନ୍ତି ଇପ୍ସିତା । କାରଣ ପ୍ରଭାତୀଙ୍କ ନିର୍ବାଚନ ମଣ୍ଡଳୀରେ ଏହି ଘଟଣା ଘଟିଛି ।

ତେବେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏପରି ଘଟଣା ଘଟିବାର ଲାଗିଥିବା ବେଳେ ସରକାରଙ୍କ ପ୍ରଶ୍ନ କରିଛନ୍ତି ବିଧାୟିକା ସୋଫିଆ ଫିରଦୋସ୍ । ଡବଲ ଇଞ୍ଜିନ ସରକାର ଆଳରେ ଯେଉଁ ବିକାଶ କଥା ଆପଣ କହି ବୁଲୁଛନ୍ତି ତାହା ବିକାଶ ନା ବିନାଶ ? ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ ।

ଖାଲି ସୋଫିଆ ନୁହେଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ମଧ୍ୟ ଓଡିଶାର କୁଶାସନକୁ ଟାର୍ଗେଟ୍ କରି ଟ୍ବିଟ୍ କରିଛନ୍ତି 

ନିଇତି ଆଉ କେତେ ନିର୍ଯାତନାର ଖବର ଶୁଣିବ ଏ କାନ ? ପ୍ରତିଦିନ ଆଉ କେତେ ଜାଳିବା, ଜଳିବାର ଖବର ଦେଖିବ ଏ ଆଖି ? ଦେଖି ହେଉନି କି ସହି ବି ହେଉନି.. ସବୁ ଦିନ ମିଡିଆରେ ସେହି ନାରୀ ନିର୍ଯାତନାର ଖବର । ବିହାର, ୟୁପି ଭଳି ବଦଳୁଛି ଓଡିଶାର ଚିତ୍ର । ଏଥିପାଇଁ କିଏ ଦାୟୀ.. ବିକାଶ ନାଁରେ ସବୁ ସୁନାର ଓଡିଶା କହି ଡେଙ୍ଗାରୁ ପିଟୁଛନ୍ତି ହେଲେ ସତରେ କଣ ଏହା ସୁନାର ଓଡିଶା  ? ଯେଉଁଠି ଶାନ୍ତି ନାହିଁ, ଦିନରେ ବି ଅସୁରକ୍ଷିତ ନାରୀ, ତାକୁ କଣ ସୁନାର ବୋଲି କହିହେବ କି ? ସରକାରଙ୍କୁ ପଚାରୁଛନ୍ତି ଜନତା...

WhatsApp Image 2025-07-19 at 11.25.39

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe