ପ୍ରେମିକ ସହ ଅପତ୍ତିଜନକ ଅବସ୍ଥାରେ ଧରିବା ପରେ ରାଗିଲେ ମା’, ହତ୍ୟା କରିଦେଲା ଝିଅ

Advertisment
ପ୍ରେମିକ ସହ ଅପତ୍ତିଜନକ ଅବସ୍ଥାରେ ଧରିବା ପରେ ରାଗିଲେ ମା’, ହତ୍ୟା କରିଦେଲା ଝିଅ

ବାନ୍ଦା: ପ୍ରେମିକ ସହ ଧରିବା ପରେ ରାଗିବାରୁ ମା’କୁ ହତ୍ୟା କଲା ଝିଅ। ୟୁପିର ବାନ୍ଦା ଜିଲ୍ଲାରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା। ଏହି ଘଟଣା ପରେ ପୁଲିସ ଉଭୟ ଅଭିଯୁକ୍ତ ଝିଅ ଓ ତା’ର ପ୍ରେମିକକୁ ଗିରଫ କରିଥିବା ଜଣାପଡ଼ିଛି। କୁହାଯାଉଛି ଯେ, ମୃତକ ନିଜ ଝିଅକୁ ତା’ ପ୍ରେମିକ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଏହା ପରେ ମୃତକ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଏଥିରେ ରାଗିଯାଇ ସେ ପ୍ରେମିକ ସହ ମିିଶି ମା’ଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିଥିଲେ।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ପୁଲିସ ଅଧୀକ୍ଷକ ଲକ୍ଷ୍ମୀ ନିୱାସ ମିଶ୍ରା କହିଛନ୍ତି ଯେ, ଜୁଲାଇ ୩୦ରେ ପୁଲିସ, ରାଜୁଲିଆଙ୍କ ମୃତଦେହକୁ ପୋଖରୀ ନିକଟରୁ ଉଦ୍ଧାର କରିଥିଲା। ଏଥି ସହ ସୋମବାର ପୁଲିସ ଏହି ଘଟଣାର ଖୁଲାସା କରି ହତ୍ୟା ଅଭିଯୋଗରେ ପୁଲିସ ମହିଳାଙ୍କ ଝିଅ ନୀତୁ ଏବଂ ତାଙ୍କ ପ୍ରେମିକ ଅତୁଲ ଅର୍କକୁ ଗିରଫ କରିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି।

ଏଏସପି କହିଛି ଯେ ମହିଳାଙ୍କୁ ଗଳା ଚିପି ହତ୍ୟା କରାଯାଇଥିଲା, ଯେଉଁଥିପାଇଁ ତାଙ୍କ ବେକର ହାଡ ଭାଙ୍ଗି ଯାଇଥିଲା। ଏଥିସହ ହତ୍ୟାକାଣ୍ଡ ସାମ୍ନାକୁ ନ ଆସିବା ସହ ପୁଲିସକୁ ବିଭ୍ରାନ୍ତ କରିବାକୁ ଅଭିଯୁକ୍ତମାନେ ତାଙ୍କ ମୃତଦେହକୁ ପୋଖରୀ ନିକଟରେ ଫିଙ୍ଗି ଦେଇ ସେଠାରୁ ପଳାଇ ଯାଇଥିଲା। ଜୁଲାଇ ୨୯ର ରାତିରେ ରାଜୁଲିଆ, ନୀତୁ ଏବଂ ଅତୁଲଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଏହି କାରଣରୁ ସେ ତାଙ୍କ ଝିଅକୁ ଗାଳି ଦେଇଥିଲେ। ଏହା ପରେ ଜୁଲାଇ ୩୦ରେ ଯୋଜନାବଦ୍ଧ ଭାବେ ରାଜୁଲିଆଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe